ଓଡିଶା

odisha

ETV Bharat / bharat

ଆଜି ଜାତୀୟ ପ୍ରେସ ଦିବସ: ମୁକ୍ତ ଗଣମାଧ୍ୟମ, ସୁସ୍ଥ ଗଣତନ୍ତ୍ର - ଜାତୀୟ ପ୍ରେସ ଦିବସ

ଆଜି ଜାତୀୟ ପ୍ରେସ ଦିବସ । ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରେ ଗଣମାଧ୍ୟମ । ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଧିକ ପଢନ୍ତୁ

ଆଜି ଜାତୀୟ ପ୍ରେସ ଦିବସ; ମୁକ୍ତ ଗଣମାଧ୍ୟମ, ସୁସ୍ଥ ଗଣତନ୍ତ୍ର
ଆଜି ଜାତୀୟ ପ୍ରେସ ଦିବସ; ମୁକ୍ତ ଗଣମାଧ୍ୟମ, ସୁସ୍ଥ ଗଣତନ୍ତ୍ର

By

Published : Nov 16, 2021, 7:14 AM IST

ହାଇଦ୍ରାବାଦ: ସାଧାରଣ ଜନତାଙ୍କ ସ୍ବର ଗଣମାଧ୍ୟମ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ଗଣମାଧ୍ୟମ ପ୍ରମୁଖ ଭୂମିକା ନିଭାଏ । ଆଜି ଏହି ଗଣମାଧ୍ୟମ ପାଇଁ ଦିନଟିଏ ଅର୍ଥାତ୍ ଜାତୀୟ ପ୍ରେସ ଦିବସ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ ।

୧୯୬୬ ମସିହା ନଭେମ୍ବର ୧୬ ତାରିଖରେ 'ଦି ପ୍ରେସ କାଉନସିଲ ଅଫ ଇଣ୍ଡିଆ' ସ୍ଥାପିତ ହୋଇଥିଲା । ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିଥାଏ ଏହି କାଉନସିଲ । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।

ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ହେଲେ ସମ୍ପ୍ରତ୍ତି ଗଣମାଧ୍ୟମ ସଂସ୍ଥାଗୁଡିକ କିଛି ରାଜନୈତିକ ଶକ୍ତି ଏବଂ ନିର୍ଦ୍ଧିଷ୍ଟ ଏଜେଣ୍ଡାରେ ପରିଚାଳିତ ହେଉଥିବାର ଦେଖାଯାଉଛି । ଏବେ ଗଣମାଧ୍ୟମଗୁଡିକରେ ସାଧାରଣ ଲୋକଙ୍କ ସମସ୍ୟା ଅପେକ୍ଷା ରାଜନୈତିକ ଘଟଣାବଳୀ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ତେଣୁ ଆଗଭଳି ପ୍ରେସଗୁଡିକ ଉପରେ ଲୋକଙ୍କ ଆସ୍ଥା କମୁଥିବାର ଅନୁଭବ ହେଉଛି । ସେହିପରି ଗଣମାଧ୍ୟମରେ ପେଡ୍ ନ୍ୟୁଜ ଭଳି ଅପବାଦ କାରଣରୁ ଏହା ବର୍ତ୍ତମାନ ବିଶ୍ବସନୀୟତା ହରାଉଛି ।

ବର୍ତ୍ତମାନ ଦେଶରେ ଗଣମାଧ୍ୟମଗୁଡିକର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ୨୦୨୦ ସୁଦ୍ଧା ଆମ ଦେଶରେ ପଞ୍ଜିକୃତ ଖବରକାଗଜ ଓ ପିରିଅଡିକାଲଗୁଡିକର ସଂଖ୍ୟା ୧୪୩ ହଜାରରୁ ଊର୍ଦ୍ଧ୍ବ ରହିଛି । ନ୍ୟୁଜ ଚ୍ୟାନେଲ ସଂଖ୍ୟା ୯୦୭ରେ ପହଞ୍ଚିଛି । ୱେବ୍ ମିଡିଆ ବି ଛତୁ ଫୁଟିଲା ପରି ଫୁଟିଛି । ମାତ୍ର ବିଭିନ୍ନ ୱେବ୍ ମିଡିଆର ଦୂରୁପଯୋଗ ବର୍ତ୍ତମାନ ଗଣମାଧ୍ୟମର ପ୍ରମୁଖ ଚିନ୍ତା ପାଲଟିଛି । ଏହା ଲୋକଙ୍କ ବିଶ୍ବାସକୁ କ୍ଷୁର୍ଣ୍ଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details