ଓଡିଶା

odisha

ETV Bharat / bharat

National Mathematics Day: ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେ ପକାଉଛି ଦେଶ - ଜାତୀୟ ଗଣିତ ଦିବସ

ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ(Srinivasa Ramanujan's birthday)ଙ୍କ ଗଣିତ ପ୍ରତି ଥିବା ଅବଦାନକୁ ମନେପକାଇ ପ୍ରତିବର୍ଷ ତାଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୨୨କୁ ଜାତୀୟ ଗଣିତ ଦିବସ(National Mathematics Day) ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ

National Mathematics Day: ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେପକାଏ ଏହି ଦିନ
National Mathematics Day: ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେପକାଏ ଏହି ଦିନ

By

Published : Dec 22, 2021, 9:55 AM IST

ହାଇଦ୍ରାବାଦ: ଗଣନା ବିନା ଗଣିତ ଅଧା, ଆଉ ଗଣିତ ବିନା ସାମାଜିକ ଚଳନି ଅଧୁରା । ଗଣିତ ସାହାରାରେ ଏ ସମାଜ ଚଳ-ପ୍ରଚଳ ହେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ଏହା ନିଶ୍ଚିତ ରୂପେ ସମାଜକୁ ଆବଶ୍ୟକ ବୋଲି ହୃଦବୋଧ କରି ଆରମ୍ଭ ହୋଇଛି ଜାତୀୟ ଗଣିତ ଦିବସ(National Mathematics Day) ।

ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ(Srinivasa Ramanujan's birthday)ଙ୍କ ଗଣିତ ପ୍ରତି ଥିବା ଅବଦାନକୁ ମନେପକାଇ ୨୦୧୨ ମସିହା ତାଙ୍କର ୧୨୫ତମ ଜନ୍ମବାର୍ଷିକୀରେ ଯୋଗଦେଇ ଏହି ଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଆହ୍ବାନ କରିଥିଲେ । ସେବେଠାରୁ ପ୍ରତିବର୍ଷ ଡିସେମ୍ବର ୨୨ ରେ ଦେଶବ୍ୟାପୀ ଗଣିତ ଦିବସ ପାଳନ କରାଯାଉଛି । ଦେଶର ଯୁବପିଢିଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେପକାଇବା ଏହି ଦିବସର ଉଦ୍ଦେଶ୍ୟ ।

ଶ୍ରୀନିବାସ ରାମାନୁଜନ ମୌଳିକ ଗଣିତରେ କୌଣସି ଔପଚାରିକ ଶିକ୍ଷା ବା ପ୍ରଶିକ୍ଷଣ ନନେଇ ମଧ୍ୟ ଗାଣିତିକ ବିଶ୍ଳଷଣ, ସଂଖ୍ୟା ତତ୍ତ୍ବ ଅସୀମ ଶ୍ରେଣୀ ଓ ଧାରାବାହିକ ବିଭକ୍ତି ଆଦି ଗାଣିତିକ ବିଷୟରେ ଅଦ୍ବିତୀୟ ଅବଦାନ ଛାଡି ଯାଇଛନ୍ତି । ଜୀବନ କାଳ ମଧ୍ୟରେ ରାମାନୁଜନ ଅନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି । ସେ ୩,୯୦୦ ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ । ସବୁଠୁ ବଡ କଥା ହେଉଛି କି ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ବ ଓ ସ୍ବତନ୍ତ୍ର । ଏଥିରେ ରାମାନୁଜର ମୌଳିକ, ରାମାନୁଜନ ଥିଟା ଫଳନ ଓ କୃତ୍ରିମ ଥିବା ଫଳନ ପରି ଉଚ୍ଚ କୋଟୀର ଅଣ ପାରମ୍ପାରିକ ଫଳାଫଳ ରହିଛି ।

ତେବେ ୧୮୮୭ ମସିହା ଆଜିର ଦିନରେ ଏହି କିମ୍ବଦନ୍ତୀ ଗଣିତ ସ୍ରଷ୍ଟା ଶ୍ରୀନିବାସ ରାମାନୁଜନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଉଛି ।

ABOUT THE AUTHOR

...view details