ଓଡିଶା

odisha

ETV Bharat / bharat

ମୋଦିଙ୍କ ଅପିଲ ଉପରେ ଆସନ୍ତାକାଲି ବୈଠକ କରିବେ ଆନ୍ଦୋଳନରତ ଚାଷୀ - ପ୍ରଧାନମନ୍ତ୍ରୀ ଅପିଲ

କୃଷକ ସମ୍ମାନ ନିଧିର କିସ୍ତି ହାସ୍ତାନ୍ତର ଅବସରରେ ଚାଷୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଶନିବାର ବୈଠକ କରିବେ ଆନ୍ଦୋଳନରତ ଚାଷୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଅପିଲ ଉପରେ ଆସନ୍ତାକାଲି ବୈଠକ କରିବେ ଆନ୍ଦୋଳନରତ ଚାଷୀ
ପ୍ରଧାନମନ୍ତ୍ରୀଙ୍କ ଅପିଲ ଉପରେ ଆସନ୍ତାକାଲି ବୈଠକ କରିବେ ଆନ୍ଦୋଳନରତ ଚାଷୀ

By

Published : Dec 25, 2020, 6:47 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ପ୍ରତିକ୍ରିୟା ଦେବା ପାଇଁ ଶନିବାର ବୈଠକ କରିବେ ଆନ୍ଦୋଳନରତ ଚାଷୀ । କୃଷକ ସମ୍ମାନ ନିଧିର କିସ୍ତି ହାସ୍ତାନ୍ତର ଅବସରରେ ଚାଷୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ ଭାରତୀୟ କୃଷି ସଂଗଠନ ପକ୍ଷରୁ ଶୁକ୍ରବାର କୌଣସି ବୈଠକ ଅନୁଷ୍ଠିତ ହୋଇନାହିଁ । କେବଳ ପଞ୍ଜାବ କୃଷି ସଂଘଠନର ବୈଠକ ହୋଇଥିଲା । ତେବେ ଭାରତୀୟ କୃଷି ସଂଗଠନ ଶନିବାର ବୈଠକ କରିବେ । ହେଲେ ଏହି ବୈଠକ କେତେବେଳେ ହେବ, ଏହାର କୌଣସି ସମୟ ଧାର୍ଯ୍ୟ କରାଯାଇନାହିଁ ।

କେନ୍ଦ୍ର କୃଷି ଆଇନ ବିରୋଧରେ ଦୀର୍ଘ ଏକ ମାସରୁ ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ କିସାନ ସମ୍ମାନ ନିଧିର ଆଉ ଗୋଟିଏ କିସ୍ତିକୁ ଭିଡିଓ କନଫରେନ୍ସ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 9 କୋଟିରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର ହୋଇଛି । ଏହି ଅବସରରେ ଚାଷୀଙ୍କ ସହ ଭିସିରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାରି ମଧ୍ୟରେ କୃଷିମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି । କୃଷି ଆଇନକୁ ନେଇ ଚାଷୀ ଓ କୃଷକଙ୍କ ମଧ୍ୟରେ 6 ରାଉଣ୍ଡ ଆଲୋଚନା ସରିଛି । ହେଲେ ଏଯାଏଁ ଏଯାଏଁ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ । ତେବେ ଆଲୋଚନାକୁ ଆଗକୁ ବଢାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର ।

ABOUT THE AUTHOR

...view details