ଓଡିଶା

odisha

ETV Bharat / bharat

National Herald case: ଜେରା ଶେଷ, ED କାର୍ଯ୍ୟାଳୟରୁ ଫେରିଲେ ସୋନିଆ - ସୋନିଆଙ୍କୁ ଜେରା ଶେଷ

ଶେଷ ହେଲା ସୋନିଆ ଗାନ୍ଧୀଙ୍କୁ ଜେରା । ସାଙ୍ଗରେ ଥିଲେ ଝିଅ ପ୍ରିୟଙ୍କା । ଆସନ୍ତାକାଲି ହାଜର ହେବା ନେଇ ହୋଇନି ସ୍ପଷ୍ଟ । ପୂର୍ବରୁ ଏହି ମାମଲାରେ ମାରାଥନ ଜେରା ହୋଇ ସାରିଛନ୍ତି ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

National Herald case: ଜେରା ଶେଷ , ED କାର୍ଯ୍ୟାଳୟରୁ ବାହାରିଲେ ସୋନିଆ
National Herald case: ଜେରା ଶେଷ , ED କାର୍ଯ୍ୟାଳୟରୁ ବାହାରିଲେ ସୋନିଆ

By

Published : Jul 21, 2022, 4:08 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ହାଜର ହୋଇଥିବା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା ଶେଷ ହୋଇଛି । ଜେରା ଶେଷ ହେବା ପରେ ସୋନିଆ ଘରକୁ ଫେରିଛନ୍ତି । ଆଜି ଜେରା ବେଳେ ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ସୋନିଆ ଆଜି ପୂର୍ବାହ୍ନରେ ଦିଲ୍ଲୀ ସ୍ଥିତ ତଦନ୍ତକାରୀ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ।

ପୂର୍ବରୁ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମାନ ମାମଲାରେ ମାରାଥନ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି । ତେବେ ପୂର୍ବପରି ଦଳ ମଧ୍ୟ ଚଳିତ ଥର ପ୍ରତିବାଦର ରାସ୍ତା ଆପଣାଇଛି । ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:-ଇଡିରେ ହାଜର ହେଲେ ସୋନିଆ, ଦେଶବ୍ୟାପି କଂଗ୍ରେସର ବିକ୍ଷୋଭ

ତେବେ ସୋନିଆଙ୍କୁ ପୁଣି ଜେରା ପାଇଁ ତଦନ୍ତକାରୀ ସଂସ୍ଥା ଡାକିବ କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୁଅ ରାହୁଲଙ୍କୁ ED ମାରାଥାନ ଜେରା କରିଥିଲା । ସୋନିଆ ସେତେବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ, ମାଆଙ୍କୁ ଭେଟିବା ପାଇଁ ତଦନ୍ତକାରୀ ସଂସ୍ଥାକୁ ରାହୁଲ ଅନୁରୋଧ କରିଥିଲେ । ରାହୁଲଙ୍କୁ କରାଯାଇଥିବା ପ୍ରଶ୍ନ ସୋନିଆଙ୍କ କ୍ଷେତ୍ରରେ ତଦନ୍ତକାରୀ ସଂସ୍ଥା ଦୋହରାଇ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details