ନୂଆଦିଲ୍ଲୀ:ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଲଗାତାର ଦ୍ବିତୀୟ ଦିନରେ ରାହୁଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଅଫିସରେ ହାଜର ହୋଇଛନ୍ତି । ସୋମବାର ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ତଦନ୍ତକାରୀ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିବାରୁ ଆଜି ପୁଣି ଥରେ ପଚରାଉଚାର ପାଇଁ ଡାକିଥିଲା । ରାହୁଲ ଆଜି ଇଡି ଆଗରେ ହାଜର ହେବା ପୂର୍ବରୁ ପାର୍ଟି ମୁଖ୍ୟାଳୟକୁ ଯାଇଥିଲେ । ସେଠାରେ ସେ ଭଉଣୀ ତଥା ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ।
National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ - ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ
ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ରଣଦୀପ ସୁର୍ଜେୱାଲାଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ
![National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ](https://etvbharatimages.akamaized.net/etvbharat/prod-images/768-512-15555218-thumbnail-3x2-rahul.jpg)
ଏହାକୁ ନେଇ ଆଜି ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ରାସ୍ତାରୋକ କରିଛନ୍ତି । ଇଡି ଅଫିସ ବାହାରେ ପୋଲିସ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା, ଅଧୀର ରଞ୍ଜନ ଚୌଧୁରୀ ବି ଅଛନ୍ତି ।
ପ୍ରକାଶଥାଉ କି, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ସମ୍ପର୍କରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଥିଲେ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ଉପରେ କବ୍ଜା କରିଥିବାର ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଇଡି ସେମାନଙ୍କୁ ପଚରାଉଚରା କରୁଛି ।