ଓଡିଶା

odisha

ETV Bharat / bharat

Sunil Bansal: ବଦଳିଲେ ରାଜ୍ୟ ବିଜେପି ପ୍ରଭାରୀ, ସୁନୀଲ ବଂଶଲ ନୂଆ ଇନଚାର୍ଜ - ସୁନୀଲ ବଂଶଲ ନୂଆ ଇନଚାର୍ଜ

ଦକ୍ଷ ସାଂଗଠନିକ ସଂଗଠକ ସୁନୀଲ ବଂଶଲ (Sunil Bansal ) ଙ୍କୁ ପଦନ୍ନୋତି ଦେଇଛି ଦଳ । ଉତ୍ତର ପ୍ରଦେଶ ସଂଗଠନ ସମ୍ପାଦକରୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନୂଆ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 10, 2022, 6:25 PM IST

Updated : Aug 10, 2022, 6:31 PM IST

ନୁଆଦିଲ୍ଲୀ: ଦକ୍ଷ ସାଂଗଠନିକ ସଂଗଠକ ସୁନୀଲ ବଂଶଲ (Sunil Bansal ) ଙ୍କୁ ପଦନ୍ନୋତି ଦେଇଛି ଦଳ । ଉତ୍ତର ପ୍ରଦେଶ ସଂଗଠନ ସମ୍ପାଦକ (Up General Secretary Organization) ରୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନୂଆ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନୂଆ ନିଯୁକ୍ତି ସହ ବିଜେପି ଫୋକସରେ ଥିବା ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ (Sunil Bansal appointed as the state in charge of the party for West Bengal, Odisha and Telangana) ପ୍ରଭାରୀ ଭାବେ ମଧ୍ୟ ଦଳ ନୂଆ ଦାୟିତ୍ବ ଦେଇଛି ସୁନିଲଙ୍କୁ । ଏନେଇ ଆଜି ବିଜେପି ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଣେ ଉଚ୍ଚ ଶିକ୍ଷିତ, ଦୂରଦୃଷ୍ଟି ସମ୍ପନ୍ନ କଠୋର ପରିଶ୍ରମି ନେତା ଭାବେ ଜଣାଶୁଣା ସୁନୀଲ ଉତ୍ତର ପ୍ରଦେଶ ରାଜନୀତିରେ ନିଜର ଦକ୍ଷତା, ବଳିଷ୍ଠ ନେତୃତ୍ବ ଦେଖାଇ ସାରିଛନ୍ତି । ବିଜେପି ଚାଣକ୍ୟ ଅମିତ ଶାହ 2014 ସାଧାରଣ ନିର୍ବାଚନ ପୂର୍ବରୁ ସୁନିଲଙ୍କୁ ନୂଆ ନିଯୁକ୍ତି ସହ ସାଂଗଠନିକ ଦାୟିତ୍ବ ଦେଇଥିଲେ ।

ସୁନିଲ ମଧ୍ୟ ଦଳ ଦେଇଥିବା ଦାୟିତ୍ବକୁ ସଫଳତାର ସହ ତୁଳାଇ ନିଜର ଦକ୍ଷତା ଦେଖାଇଛନ୍ତି । ଉତ୍ତର ପ୍ରଦେଶ ସାଂଗଠନିକ ମହାମନ୍ତ୍ରୀ ଭାବେ ସୁନୀଲ 2014 ସାଧାରଣ ନିର୍ବାଚନ, 2017 ବିଧାନସଭା ନିର୍ବାଚନ, 2019 ସାଧାରଣ ନିର୍ବାଚନ ଓ 2022 ବିଧାନସଭା ନିର୍ବାଚନରେ ଦଳର ବିପୁଳ ସଫଳତାର ବଡ ଭୂମିକା ତୁଳାଇଥିଲେ । 2022 ବିଧାନସଭା ନିର୍ବାଚନ ଶେଷ ପରେ ତାଙ୍କୁ ଦଳ ବଡ ଦାୟିତ୍ବ ଦେଇ ପାରେ ବୋଲି ଚର୍ଚ୍ଚା ଲାଗି ରହିଥିଲା ।

ଚର୍ଚ୍ଚା ଅନୁସାରେ ଦଳ ତାଙ୍କୁ ଜାତୀୟ ରାଜନୀତିରେ ସୁଯୋଗ ଦେବା ସହ ବଡ ଦାୟିତ୍ବ ଦେଇଛି । ବିଜେପିର ଫୋକସ ରେ ଥିବା ପୂର୍ବ ଭାରତର ଓଡିଶା ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତ ତେଲଙ୍ଗାନା ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ଏହି 3 ରାଜ୍ୟ ଦଖଲ କରିବା ପାଇଁ ବିଜେପି ନିଜ ଏଜେଣ୍ଡା ରଖିଛି । ଯାହାକୁ ନେଇ ସୁନୀଲ ବଂଶଲଙ୍କୁ ବଡ ଦାୟିତ୍ବ ଦେଇଛି ଦଳ ।

Last Updated : Aug 10, 2022, 6:31 PM IST

ABOUT THE AUTHOR

...view details