ନୂଆଦିଲ୍ଲୀ :ଏନଡିଆରଏଫ (NDRF)ର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ । ଏନେଇ ସୂଚନା ଦେଇଛନ୍ତି NDRF ନିର୍ଦ୍ଦେଶକ ଅତୁଲ କରଓ୍ବାଲ । NDRFର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ ବୈଷୟିକ ବିଶେଷଜ୍ଞମାନେ ଟ୍ବିଟର ହ୍ୟାଣ୍ତେଲକୁ ପୁଣି ଥରେ ରିଷ୍ଟୋର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
NDRF ମୁଖ୍ୟାଳୟ ପକ୍ଷରୁ କିଛି ଟ୍ୱିଟ୍ କରାଯାଇଥିଲେ ମଧ୍ୟ ତାହା ଟ୍ବିଟରରେ ପ୍ରକାଶିତ ହୋଇନଥିଲା । ତେବେ ଅଫିସିଆଲ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ ହୋଇନି। କିଏ ଓ କାହିଁକି ଟ୍ବିଟର ହ୍ୟାଣ୍ତେଲ ହ୍ୟାକ କରିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।