ଓଡିଶା

odisha

ETV Bharat / bharat

Bihar political crisis: ଭାଙ୍ଗିଲା BJP-JDU ମେଣ୍ଟ, ଗଠନ ହେବ ନୂଆ ସରକାର - ଭାଙ୍ଗିଲା ବିଜେପି ଜେଡିୟୁ ମେଣ୍ଟ

ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଗଠନ ହେବ ନୂଆ ସରକାର । ଅଧିକ ପଢନ୍ତୁ

Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ଗଠନ ହେବ ନୂଆ ସରକାର
Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ଗଠନ ହେବ ନୂଆ ସରକାର

By

Published : Aug 9, 2022, 1:36 PM IST

Updated : Aug 9, 2022, 3:14 PM IST

ପାଟନା: ବିହାରରେ ରାଜନୀତୈତ ସଂକଟ ଲାଗି ରହିଥିବା ବେଳେ ଆସିଲା ବଡ଼ ଖବର । ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ରାଜ୍ୟପାଳଙ୍କୁ ଆଉ କିଛି ସମୟ ମଧ୍ୟରେ ଭେଟି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୂଆ ସରକାର ଗଠନ କରିବାକୁ ଦାବି କରିବେ । ଅପରାହ୍ନ ୪ଟାରେ ଭେଟିବା ନେଇ ସୂଚନା ରହିଛି ।

ବିଧାୟକ ଦଳର ବୈଠକରେ ଜେଡିୟୁ ବିଜେପି ସହିତ ମେଣ୍ଟକୁ ଭାଙ୍ଗିଛି । ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧିବଦ୍ଧ ଭାବେ ଘୋଷଣାକୁ ଅପେକ୍ଷା ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ଥିବା ବେଳେ ରାଜଭବନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେ ରାଜ୍ୟପାଳଙ୍କୁ ବିଧାୟକଙ୍କ ସମର୍ଥନ ନେଇ ଚିଠି ପ୍ରଦାନ କରିବ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ସହିତ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ।

ଜେଡିୟୁ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି, " ବିଜେପି ସବୁବେଳେ ଆମକୁ ଅପମାନ କରିଛି । ବିଜେପି ପକ୍ଷରୁ ଆମ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଛି । ବିଜେପି ଏନେଇ ଷଡ଼ଯନ୍ତ୍ର କରିଥିଲା ।" ସେପଟେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ଗୃହ ବିଭାଗ ମଧ୍ୟ ତେଜସ୍ବୀଙ୍କ ନିକଟରେ ରହିବାକୁ ଆରଜେଡ଼ି ବିଧାୟକ ଦଳର ବୈଠକରେ ଦାବି ଉଠିଛି ।

Last Updated : Aug 9, 2022, 3:14 PM IST

ABOUT THE AUTHOR

...view details