ଓଡିଶା

odisha

By

Published : Dec 30, 2020, 1:08 PM IST

ETV Bharat / bharat

ଦେଶରେ କୋଭିଡ ସୁସ୍ଥହାର 95.99 ପ୍ରତିଶତକୁ ବୃଦ୍ଧି

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାର 95.99 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦେଶରେ କୋଭିଡ ସୁସ୍ଥହାର 95.99 ପ୍ରତିଶତକୁ ବୃଦ୍ଧି
ଦେଶରେ କୋଭିଡ ସୁସ୍ଥହାର 95.99 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାରରୁ ଅଧିକ ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାରରେ ସର୍ବଭାରତୀୟ ସ୍ତରରେ ସ୍ଥାନ ଅଧିକାର କରିଚାଲିଛି । ଗତ 24 ଘଣ୍ଟା ମଧ୍ୟରେ 26 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 95.99 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ମେ’ ମାସରେ ଆରୋଗ୍ୟଙ୍କ ସଂଖ୍ୟା ୫୦ ହଜାର ଥିବାବେଳେ ଚଳିତ ମାସରେ ଏହା 98ଲକ୍ଷ ଅତିକ୍ରମ କରିଛି । ଦେଶରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ସଂକ୍ରମଣର 2.56% ରହିଛି । ବର୍ତ୍ତମାନ ପ୍ରାୟ 2 ଲକ୍ଷ 62 ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨0 ହଜାର 550 ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ ସଂକ୍ରମଣ ମାମଲା ୧ କୋଟି 2 ଲକ୍ଷ ଅତିକ୍ରମ କରିଯାଇଛି ।

ଅନ୍ୟପଟେ ଭାରତର ମୃତ୍ୟୁହାର ହାର 1.45 ପ୍ରତିଶତରେ ରହିଛି, ଯାହା ବିଶ୍ବବ୍ୟାପୀ ସର୍ବନିମ୍ନ । ଗତ 24 ଘଣ୍ଟା ମଧ୍ୟରେ ଆଉ 286 ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦେଶରେ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ 48 ହଜାର 439ରେ ପହଞ୍ଚିଛି । ଆଇସିଏମଆରରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ 20 ହଜାର ନମୁନା ପରୀକ୍ଷା ମୋଟ 17 କୋଟି ଅତିକ୍ରମ କରିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 17 କୋଟି 9 ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

ABOUT THE AUTHOR

...view details