ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁରେ ରାଜ୍ୟ କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ ଆରମ୍ଭ

କୋରୋନା କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଛି । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

By

Published : Jul 15, 2022, 7:23 AM IST

ଜାତୀୟ ସମ୍ମିଳନୀ
ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ: କୋରୋନା କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଛି । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର କୃଷି ଏବଂ କୃଷକଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ସମ୍ମିଳନୀ ଅନେକ ଗୁରୁତ୍ବ ବହନ କରୁଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିଚାରବିମର୍ଶ କରାଯିବ ।

ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ଶୋଭା କରନ୍ଦଲାଜେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, କର୍ଣ୍ଣାକଟକ କୃଷି ମନ୍ତ୍ରୀ ବି.ସି. ପାଟିଲଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ସାର ସଚିବ ଆରତୀ ଆହୁଜାଙ୍କ ସମେତ ଡାଏରୀ ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି ।

ସମ୍ମିଳନୀରେ କୃଷି ମନ୍ତ୍ରୀ ତୋମାର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷି କ୍ଷେତ୍ରର ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରିଛନ୍ତି । କୃଷି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରାଯାଉଛି । ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାର ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ । ଗାଁର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁରୂପ କ୍ଷେତରେ ଯାହା ହେଉଛି ତା’କୁ ପରୀକ୍ଷାଗାର ପର୍ଯ୍ୟନ୍ତ ନେଇଯିବା – ଲେବ ଟୁ ଲେଣ୍ଡକୁ କାର୍ଯ୍ୟକାରୀ ନିମନ୍ତେ କୃଷି ମନ୍ତ୍ରୀ ଆହ୍ବାନ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ସବସିଡି ଆକାରରେ ବାର୍ଷିକ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଭାରତ ସାର ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ବିଦେଶରେ ଦରବୃଦ୍ଧିର ପ୍ରଭାବ ଯେପରି ଭାରତୀୟ ଚାଷୀଙ୍କ ଉପରେ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି । ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ମେକ ଇନ ଇଣ୍ଡିଆ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ନାନୋ ଫର୍ଟିଲାଇଜର ଉପରେ ଜୋର ଦେଇ ଏଥିରେ ରାଜ୍ୟମାନଙ୍କର ଭୂମିକା ରହିଥିବା ସେ କହିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ବିଚାର ବିମର୍ଶ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ସୂଚନା ଦେଇଥିଲେ ।

ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ବର୍ତ୍ତମାନର ବିଶ୍ବ ପରିସ୍ଥିତିରେ ଭାରତକୁ ବହୁ ପରିମାଣରେ ସାର ଏବଂ ରସାୟନ ଆମଦାନୀ କରିବାକୁ ପଡ଼ୁଛି । କଞ୍ଚା ମାଲ ମଧ୍ୟ ବେଶ ମହଙ୍ଗା ରହିଛି । ଏହା ସତ୍ତ୍ବେ କେନ୍ଦ୍ର ସରକାର ଅତ୍ୟଧିକ ସବସିଡି ଦେଉଛନ୍ତି । ଡିଏପି ଉପରେ ସବସିଡିକୁ ୨୦୨୦-୨୧ରେ ୫୧୨ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୨୨-୨୩ ଖରିଫ ଋତୁ ପାଇଁ ୨୫୦୧ ଟଙ୍କା କରି ଦିଆଯାଇଛି । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଡିଏପି ଦାମ୍ ସବୁଠୁ କମ୍ ରହିଛି । ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷକଙ୍କ ଉପରେ ଦରବୃଦ୍ଧିର ବୋଝ ହ୍ରାସ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ଚାଷୀମାନଙ୍କୁ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ କାର୍ଯ୍ୟ କରୁଛନ୍ତି ।

ABOUT THE AUTHOR

...view details