ଶ୍ରୀନଗର: ଜମ୍ମୁ କାଶ୍ମୀରର ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସକୁ ଲାଗିଛି ବଡ ଝଟକା । ଦଳର ମୁଖ୍ୟ ହିନ୍ଦୁ ଚେହେରା ଦେବେନ୍ଦ୍ର ସିଂହ ରାଣା ଦେଇଛନ୍ତି ଇସ୍ତଫା । ରାଣା ଫାରୁକ ଅବଦୁଲ୍ଲାଙ୍କ ବେଶ ନିକଟତର ନେତା ରହିଥିଲେ ।
ଫାରୁକ ଅବଦୁଲ୍ଲାଙ୍କୁ ଝଟକା, ଇସ୍ତଫା ଦେଲେ NC ନେତା ଦେବେନ୍ଦ୍ର ରାଣା
ନ୍ୟାସନାଲ କନଫରେନ୍ସକୁ ଲାଗିଛି ବଡ ଝଟକା । ଦଳର ମୁଖ୍ୟ ହିନ୍ଦୁ ଚେହେରା ଦେବେନ୍ଦ୍ର ସିଂହ ରାଣା ଦେଇଛନ୍ତି ଇସ୍ତଫା । ଅଧିକ ପଢନ୍ତୁ...
ରାଣାଙ୍କ ସହ ଅନ୍ୟଜଣେ ହିନ୍ଦୁ ନେତା ଏମଏସସଲଥିୟା ମଧ୍ୟ ନ୍ୟାସନାଲ କନଫରେନ୍ସରୁ ଇସ୍ତଫା ଦେଇଛନ୍ତି । ଉଭୟ ନେତା ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଜମ୍ମୁ କାଶ୍ମୀରରେ ଏହି ଦୁଇ ନେତାଙ୍କ ଦବଦବା ରହିଥିବା କୁହାଯାଏ ।
ଦେବେନ୍ଦ୍ର ରାଣାଙ୍କ ପାଖରେ ବେଶ୍ ଜନସମର୍ଥନ ରହିଛି । 2014ରେ ପ୍ରଚଣ୍ଡ ମୋଦି ଲହରୀ ସତ୍ତ୍ବେ ନଗରୋଟା ଆସନରୁ ନ୍ୟାସନାଲ କନଫରେନ୍ସ ଟିକେଟରେ ବିଜୟ ହାସଲ କରିଥିଲେ ରାଣା । ତାଙ୍କ ପାଖରେ ପ୍ରଶାସନିକ ଅଭିଜ୍ଞତା ରହିଛି । ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଣା ତାଙ୍କ ରାଜନୈତିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।