ଓଡିଶା

odisha

ମମିତା ମର୍ଡର ମିଷ୍ଟ୍ରୀ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା NCW, ଦୁଇ ମନ୍ତ୍ରୀଙ୍କ ବହିଷ୍କାର ନିର୍ଦ୍ଦେଶ !

By

Published : Oct 20, 2021, 6:13 PM IST

Updated : Oct 20, 2021, 8:20 PM IST

ମମିତା ମେହେର ହତ୍ୟାକାଣ୍ଡରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମହିଳା ଆୟୋଗ (NCW)। ଘଟଣାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଆୟୋଗ । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରୀ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା NCW, 2 ମନ୍ତ୍ରୀଙ୍କ ବହିଷ୍କାର ନିର୍ଦ୍ଦେଶ
ମମିତା ମର୍ଡର ମିଷ୍ଟ୍ରୀ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା NCW, 2 ମନ୍ତ୍ରୀଙ୍କ ବହିଷ୍କାର ନିର୍ଦ୍ଦେଶ

ନୂଆଦିଲ୍ଲୀ: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ନ୍ୟାୟ ଦାବି । ଏହାରି ମଧ୍ୟରେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମହିଳା ଆୟୋଗ (NCW) । ଏହାସହ NCW ପକ୍ଷରୁ ଡିଜିପିଙ୍କୁ ଏକ ଚିଠି ଜାରି ନିରପେକ୍ଷ ତଦନ୍ତ ଦାବି ହୋଇଛି ।

ରିପୋର୍ଟ ଅନୁଯାୟୀ, ଘଟଣାରେ ବିଜେଡି ସରକାରଙ୍କ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅନେକ ଥର ସେହି ସ୍କୁଲକୁ ଯାଉଥିଲେ ଏବଂ ରାତ୍ରୀଯାପନ ମଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି । ଯାହାକୁ ନେଇ ଘଟଣାକୁ କଡା ନିନ୍ଦା କରିଛି ଜାତୀୟ ମହିଳା ଆୟୋଗ ।

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମହିଳାଙ୍କୁ ଯୌନଶୋଷଣ ଓ ତଦନ୍ତକୁ ବାଟବଣା କରିବାକୁ ନିଜ କ୍ଷମତାର ପ୍ରୟୋଗ କରୁଥିବା ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା । ଘଟଣାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଆୟୋଗ ।

Last Updated : Oct 20, 2021, 8:20 PM IST

ABOUT THE AUTHOR

...view details