ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ତେବେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ନୌର ବାପୁ ଭବନରେ ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ୟୁପି ସରକାରଙ୍କ ଉପରେ ପ୍ରିୟଙ୍କା ବର୍ଷିଛନ୍ତି ।
ଉତ୍ତରପ୍ରଦେଶର ରାସ୍ତାଘାଟ କି କୌଣସି ସ୍ଥାନରେ ମହିଳାମାନେ ସୁରକ୍ଷିତ ନୁହେଁ । 'ମହିଳା ସୁରକ୍ଷା'କୁ ନେଇ ଏହା ହେଉଛି ୟୁପି ସରକାରଙ୍କ ବାସ୍ତବତା ବୋଲି ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ସୁରକ୍ଷା ପାଇଁ ଏକାଠି ହୋଇ ଲଢିବାକୁ ଉତ୍ତରପ୍ରଦେଶର ମହିଳାଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା ।