ଓଡିଶା

odisha

ETV Bharat / bharat

Naseeb Se Song Out: ‘ନାସିବ ସେ’ ଗୀତରେ କିଆରା-କାର୍ତ୍ତିକ ଯୋଡିଙ୍କ ଯାଦୁ, ସାହାରୁକ-କାଜୋଲଙ୍କୁ ମନେ ପକାଇଲେ ଫ୍ୟାନ୍ସ - ନାସିବ ସେ ସଙ୍ଗ

‘ସତ୍ୟପ୍ରେମ୍ କି କଥା’ର ପ୍ରଥମ ରୋମାଣ୍ଟିକ୍ ସଙ୍ଗ 'ନାସିବ ସେ' ରିଲିଜ ହୋଇଛି। କାର୍ତ୍ତିକ ଓ କିଆରାଙ୍କ ଯୋଡି ଲୋକଙ୍କୁ ବେଶ ପସନ୍ଦ କରିବା ସହ DDLJ ଫିଲ୍ମରେ SRK ଏବଂ କାଜୋଲଙ୍କ ସହିତ ତୁଳନା କରୁଛନ୍ତି ଫ୍ୟାନ୍ସ। ଅଧିକ ପଢ଼ନ୍ତୁ

‘ସତ୍ୟପ୍ରମ୍ କି କଥା’ର ପ୍ରଥମ ରୋମାଣ୍ଟିକ୍ ସଙ୍ଗ 'ନାସିବ ସେ' ରିଲିଜ ହୋଇଛି
‘ସତ୍ୟପ୍ରମ୍ କି କଥା’ର ପ୍ରଥମ ରୋମାଣ୍ଟିକ୍ ସଙ୍ଗ 'ନାସିବ ସେ' ରିଲିଜ ହୋଇଛି

By

Published : May 27, 2023, 9:02 PM IST

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ‘ସତ୍ୟପ୍ରେମ୍ କି କଥା’ର ପ୍ରଥମ ରୋମାଣ୍ଟିକ୍ ସଙ୍ଗ 'ନାସିବ ସେ' ରିଲିଜ ହୋଇଛି। ସଙ୍ଗର ରିଲିଜ ପରଠାରୁ ଏହାକୁ ଫ୍ୟାନ୍ସ ଓ ଅଡିଏନ୍ସ ବେଶ ପସନ୍ଦ କରିଛନ୍ତି। କାର୍ତ୍ତିକ ଓ କିୟାରାଙ୍କ ଯୋଡି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଗୀତର ସିନେରି ଓ ଲୋକେସନକୁ ନେଇ ଗୀତିଟି ଏବେ ବେଶ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତେବେ ଗୀତଟି ରିଲିଜ ହେବା ପରେ ଗୀତକୁ ସାହାରୁକ ଖାନଙ୍କ ଫିଲ୍ମ ଡିଡିଏଲର ଗୀତ ସହ କମ୍ପେୟାର କରାଯାଉଛି। କାରଣ ବହୁ ବର୍ଷ ପରେ ପୁଣିଥରେ କାଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଏକ ରୋମାଣ୍ଟିକ ଗୀତ ସୁଟିଂ କରାଯାଇଛି ।

କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ସହ ସୁଟିଂ ଲୋକେସନ ଭିୟ୍ୟୁସଙ୍କ ମନରେ ଏକ ଗଭିର ଛାପ ପାକାଉଛି। ତେବେ ଗୀତଟିର ସିଟିଂ କାଶ୍ମୀରର ବିଭିନ୍ନ ସୁନ୍ଦର ସୁନ୍ଦର ସ୍ଥାନରେ କରାଯାଇଛି ଯାହା ଫଳରେ ଏହି ଗୀତକୁ ଅଧିକ ଅଧିକ ଲୋକେ ପସନ୍ଦ କରୁଛନ୍ତି। କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀ ମଧ୍ୟ ଏହି ଗୀତଟିକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ପ୍ରଶଂସକମାନେ ମ୍ୟୁଜିକ୍ ଭିଡିଓରେ ଏହି ଯୋଡିଙ୍କ ଉପସ୍ଥିତିକୁ DDLJ ଫିଲ୍ମରେ SRK ଏବଂ କାଜୋଲଙ୍କ ସହିତ ତୁଳନା କରୁଛନ୍ତି । କରାଣ SRK ଏବଂ କାଜୋଲଙ୍କ କେମେଷ୍ଟ୍ରି ପରି କାର୍ତ୍ତିକ ଏବଂ କିଆରା କେମେଷ୍ଟ୍ର ମିଶିବା ସହ ସିଟିଂ ଲୋକେସନ ମଧ୍ୟ ବେସ ସମାନ ରହିଛି। ନିକଟରେ କିଆରା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଗୀତ ସୁଟଂ ସମୟରେ ଏକ ଫଟୋ ସେୟାର କରିଥିଲେ। ଯାହାକୁ ଦେଖି ଫ୍ୟାନ୍ସ କିଆରାଙ୍କ ସହ ସହି ଲୋକେସନକୁ ମଧ୍ୟ ବେଶ ପସନ୍ଦ କରିଥିଲେ। ତେବେ 'ସତ୍ୟପ୍ରେମ କି କଥା' ଫିଲ୍ମ ପୂର୍ବରୁ 2022 ବ୍ଲକବଷ୍ଟର ଫିଲ୍ମ 'ଭୋଲ ଭୁଲାଇୟା 2'ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିଥିଲା। ଉଭୟଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ଗୀତ 'ନାସିବ ସେ'କୁ କମ୍ପୋଜର କରିଛନ୍ତି ପାୟଲ ଦେବ, ବିଶାଲ ମିଶ୍ର । ଏହାସହ ଏହି ଗୀତକୁ ପାୟଲ ଦେବ ଗାଇଛନ୍ତି ମଧ୍ୟ। ଏମ ତୁରାଜ ଏହି ଗୀତକୁ ଲେଖିଛନ୍ତି ଓ ସମୀର ବିଦୱାନଙ୍କ ନିର୍ଦ୍ଦେଶିତ ତଥା ସାଜିଦ ନାଦିଆଡୱାଲା, ଶରିନ ମନ୍ତ୍ର ଏବଂ କିଶୋର ଆରୋରାଙ୍କ ଦ୍ୱାରା ନିର୍ମିତ ସତ୍ୟପ୍ରେମ କି କଥା ଜୁନ୍ 29ରେ ଥିଏଟରେ ରିଲିଜ କରିବା ପାଇଁ ପ୍ରସ୍ତୁତି ଚାଳାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details