ଆଗ୍ରା : ବିସ୍ମୟ ବାଳକ ଦେବାଂଶ ଧଙ୍ଗର (Devansh Dhangar ) । ବୟସ ମାତ୍ର ୧୧ ବର୍ଷ । ଘର ଆଗ୍ରା ଠାରୁ ମାତ୍ରା ୧୧ କିଲୋମିଟର ଦୁର ବାରାର ଗାଁରେ । ହେଲେ ଜ୍ଞାନ କିଛି କମ୍ ନୁହେଁ । କୋଡିଂ ଉପରେ ରହିଛି ଅଗାଧ ପାଣ୍ତିତ୍ୟ। ମହାକାଶ ଓ ସୌରମଣ୍ଡଳ ସଂକ୍ରାନ୍ତରେ ଅନେକ ଜ୍ଞାନ ଆହରଣ କରିଛନ୍ତି ସେ । ଯେଉଁଥି ପାଇଁ ସେ ୧୫୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।
ଏନେଇ ନାଶା ମଧ୍ୟ (The National Aeronautics and Space Administration) ମିଶନ ମଙ୍ଗଲ 2026ର କୋଡିଂ ଟିମରେ ତାଙ୍କୁ ସାମିଲ ହେବା ପାଇଁ କହିସାରିଛି। ଏପରିକି ତାଙ୍କ ପାଇଁ ବୋଡିଂ ପାସ ମଧ୍ୟ ପ୍ରସ୍ତୁତ କରିସାରିଛି । ଏବେସୁଧା ଦଶରୁ ଅଧିକ ଆପ୍ ସୃଷ୍ଟି କରିଥିବା ଦେବାଂଶ 500 ରୁ ଅଧିକ ପିଲାଙ୍କୁ ଅନଲାଇନରେ ମାଗଣା କୋଡିଂ ଶିକ୍ଷା ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି ।