ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଆତଙ୍କୀଙ୍କ ଆକ୍ରମଣ ପାଇଁ ସୀମାରେ ପରିସ୍ଥିତି ସଙ୍ଗୀନ ରହିଛି। ସାଧାରଣ ନାଗରିକଙ୍କଠାରୁ ନେଇ ସୁରକ୍ଷାକର୍ମୀ ସମସ୍ତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ଏ ନେଇ LOCରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସେନା ମୁଖ୍ୟ ଜେନେରାଲ ନରୱାଣେ ପୁଞ୍ଚ ଅପରେସନ୍ ସାଇଟ୍ ସହିତ LOC ପରିଦର୍ଶନ କରି ଆତଙ୍କୀଦମନର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ପରିଦର୍ଶନରେ ପୁଞ୍ଚରେ ଚାଲିଥିବା କାଉଣ୍ଟର-ଅନୁପ୍ରବେଶ କାର୍ଯ୍ୟ ବିଷୟରେ ତାଙ୍କୁ କମାଣ୍ଡରମାନେ ସୂଚନା ଦେଇଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଆତଙ୍କୀଙ୍କ ଆକ୍ରମଣରେ 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଫଳରେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଞ୍ଚରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ତାର ତଦାରଖ କରିଛନ୍ତି ସେନା ମୁଖ୍ୟ ।