ଓଡିଶା

odisha

ETV Bharat / bharat

୧୦ ଫୁଟ୍‌ ତଳକୁ ଖସିଲା ଲିଫ୍ଟ, ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ - ମଧ୍ୟପ୍ରଦେଶ ପୂର୍ବତନ ସିଏମ କମଲ ନାଥ

୧୦ ଫୁଟ୍‌ ତଳକୁ ଖସିଗଲା ଡାକ୍ତରଖାନା ଲିଫ୍ଟ । ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ । ରବିବାର ଦିନ କମଲ ନାଥ, କିଛି କଂଗ୍ରେସ ନେତାଙ୍କ ସହିତ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ବର ପଟେଲ୍‌ଙ୍କୁ ଦେଖିବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । ଅଧିକ ପଢନ୍ତୁ...

୧୦ ଫୁଟ୍‌ ତଳକୁ ଖସିଲା ଲିଫ୍ଟ, ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶ ପୂର୍ବତନ ସିଏମ କମଲ ନାଥ
୧୦ ଫୁଟ୍‌ ତଳକୁ ଖସିଲା ଲିଫ୍ଟ, ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶ ପୂର୍ବତନ ସିଏମ କମଲ ନାଥ

By

Published : Feb 22, 2021, 11:26 AM IST

ଭୋପାଳ: ୧୦ ଫୁଟ୍‌ ତଳକୁ ଖସିଲା ଡାକ୍ତରଖାନା ଲିଫ୍ଟ । ଅଳ୍ପକେ ବର୍ତ୍ତିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ । ସୂଚନାମୁତାବକ, ରବିବାର ଦିନ କମଲ ନାଥ, କିଛି କଂଗ୍ରେସ ନେତାଙ୍କ ସହିତ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ବର ପଟେଲ୍‌ଙ୍କୁ ଦେଖିବାକୁ ଯାଇଥିଲେ । ତେବେ ସେଠାରେ ସେ ଲିଫ୍ଟରେ ଯାଉଥିବା ବେଳେ ହଠାତ ଲିଫ୍ଟଟି ଉପରକୁ ଉଠିବା ପରିବର୍ତ୍ତେ ଅକାମି ହୋଇ ୧୦ ଫୁଟ୍‌ ତଳକୁ ଖସି ପଡିଥିଲା । ଏବଂ ସେହି ସମୟରେ ତାଙ୍କ ସହ ଲିଫ୍ଟରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଥିଲେ । ଏହା ଦେଖି କମଲ ନାଥଙ୍କ ସୁରକ୍ଷାକର୍ମୀ ତଳ ମହଲାକୁ ଧାଇଁ ଯାଇଥିଲେ।

ତେବେ ଲିଫ୍ଟର ଡୋର ଜାମ ହୋଇଯାଇଥିବା ବେଳେ ତୁରନ୍ତ ଜଣେ ଲିଫ୍ଟର ଇଞ୍ଜିନିୟରଙ୍କୁ ଡକାଯାଇ ଲିଫ୍ଟ ଡୋର ଭାଙ୍ଗିବା ପରେ କମଲ ନାଥ ଓ ଅନ୍ୟ ନେତାମାନଙ୍କୁ ଉଦ୍ଧାର କରାଯାଇଥିଲା । ସୌଭାଗ୍ୟବଶତଃ ଲିଫ୍ଟରେ ଥିବା କୌଣସି ନେତା ଆହତ ହୋଇ ନ ଥିଲେ। ଏହି ଅଘଟଣ କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫୋନ କରି କମଲ ନାଥଙ୍କ ସହ କଥାହେବା ସହ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି।

ସେପଟେ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା କହିଛନ୍ତି ଯେ, ଲିଫ୍ଟ ଖସିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କମଲ ନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଅବହେଳା ବୋଲି ସାବ୍ୟସ୍ତ ହୋଇଛି। ତେଣୁ ଏହାର ତଦନ୍ତ କରାଯିବା ସହ ଡାକ୍ତରଖାନାରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details