ଭୋପାଳ:ସଡ଼କ ଦୁର୍ଘଟଣାରେ ଚାଲିଗଲା ୨୧ ବର୍ଷ ବୟସର ପୁଅର ଜୀବନ । ଏହାପରେ ଲୋକଙ୍କୁ ୨୧ଟି ହେଲମେଟ ବାଣ୍ଟିଲେ ପିତା । ଯାହାଦ୍ବାରା ତାଙ୍କ ପରି କେହି ପୁଅକୁ ହରେଇବେ ନାହିଁ । ପୁଅର ବିୟୋଗରେ ଭାଙ୍ଗି ପଡ଼ିଥିବା ପରିବାର ଏପରି ଦୁଃଖ ଅନ୍ୟ କାହାରି ଭାଗ୍ୟରେ ନ ଆସୁ ସେଥିପାଇଁ ଏହି ସାମାଜିକ କାର୍ଯ୍ୟକ୍ରମ କରିଛନ୍ତି । ଏହାସହ ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା, ହେଲମେଟ ଲଗାଇବା ଓ ସାବଧାନରେ ଗାଡ଼ି ଚଲାଇବା ଲାଗି ସେ ସମସ୍ତ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି । ମଧ୍ୟପ୍ରଦେଶ ନର୍ମଦାପୁରମରେ ଜଣେ ଯୁବକଙ୍କ ଜୀବନ ଚାଲିଯିବା ପରେ ଉକ୍ତ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
'ହେଲମେଟ ପିନ୍ଧିଥିଲେ, ଜୀବନ ବଞ୍ଚିଯାଇଥାନ୍ତା':-ସଡ଼କ ଦୁର୍ଘଟଣାରେ ମେହେର ପରିବାର ନିଜ ଭେଣ୍ଡିଆ ପୁଅ ଚନ୍ଦ୍ରଶେଖରଙ୍କୁ ହରାଇଛନ୍ତି । ଦୁର୍ଘଟଣାରେ ଚନ୍ଦ୍ରଶେଖରଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଯଦି ମୃତ ଯୁବକ ଜଣକ ହେଲମେଟ ପିନ୍ଧିଥାନ୍ତେ, ତେବେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା । ପୁଅର ମୃତ୍ୟୁ ପରେ ଏବେ ପରିବାରର ବିଚଳିତ ହୋଇପଡ଼ିଛି । ଏମାନେ ଗଭୀର ଦୁଃଖରେ ରହିଥିବା ବେଳେ ଏପରି ଦୁଃଖ ଯେପରି ଆଉ କାହାକୁ ନ ମିଳୁ ସେଥିଲାଗି ଏହି ସାମଜିକ କାର୍ଯ୍ୟ କରିଛନ୍ତି । ତାଙ୍କ ପୁଅ ବୟସ ୨୧ ବର୍ଷ ହୋଇଥିବାରୁ ସେ ୨୧ଟି ହେଲମେଟ ବଣ୍ଟନ କରିଛନ୍ତି ।