ଓଡିଶା

odisha

By

Published : Jul 31, 2022, 10:47 PM IST

ETV Bharat / bharat

୨୦୨୪ରେ BJPର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି: ଅମିତ ଶାହ

୨୦୨୪ରେ ମଧ୍ୟ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି । ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢ଼ନ୍ତୁ

୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି: ଅମିତ ଶାହ
୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି: ଅମିତ ଶାହ

ପାଟନା: ୨୦୨୪ରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ । ନିର୍ବାଚନ ପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ବିଜେପି ମଧ୍ୟ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୪ରେ ମଧ୍ୟ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି । ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିହାର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ ସିଂହ ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି: ଅମିତ ଶାହ

ରବିବାର ବିହାର ଗସ୍ତ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଜୁଲାଇ ୩୦ ଓ ୩୧ ତାରିଖରେ ବିହାରରେ ବିଜେପିର ୭ଟି ମୋର୍ଚ୍ଚାର କାର୍ଯ୍ୟ କମିଟି ବୈଠକ ହୋଇଥିଲା । ଏଥିରେ ଯୋଗ ଦେବାକୁ ପହଞ୍ଚିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ସେ ବୁଥ୍‌ ସ୍ତରରୁ ସମସ୍ତ କର୍ମୀଙ୍କୁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ୨୦୨୪ରେ ମଧ୍ୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ।

ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିହାର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ ସିଂହ । ମୋଦିଙ୍କ ନେତୃତ୍ବରେ ଲଗାତାର ଦୁଇଟି ସାଧାରଣ ନିର୍ବାଚନରେ ବିଜୟ ହାସଲ କରିଛି ବିଜେପି । ବିଜେପିର ୭ଟି ମୋର୍ଚ୍ଚାର କାର୍ଯ୍ୟ କମିଟି ବୈଠକ ଉଦଯାପନୀ ଦିବସରେ ଏକ ସଂକଳ୍ପ ପାରିତ ହୋଇଛି । ତା ସହିତ ସେହି ବୈଠକରେ JDU ସହ ମେଣ୍ଟ ମଧ୍ୟ ଏକ ସଂକଳ୍ପ ପାରିତ ହୋଇଛି । ଏହାପରେ ୨୦୨୪ରେ ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବରେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି ।

For All Latest Updates

TAGGED:

ABOUT THE AUTHOR

...view details