ହାଇଦ୍ରାବାଦ:ଆଉ ମାତ୍ର 2 ଦିନର ଅପେକ୍ଷା । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବ । ତେବେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଦିନ ଧରି ବ୍ରତ ପାଳନ କରୁଛନ୍ତି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ବ୍ରତ ପାଳନ କରୁଛନ୍ତି । 11ଦିନ ପାଇଁ ଏକ ରୋଟିନ ଆପଣାଇ ନିଷ୍ଠାରେ ରହୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସାତ୍ତ୍ବିକ ଭୋଜନ ଆପଣାଇ ଭୂମିରେ ଶୋଇବା ସହିତ ପଇଡ଼ ପାଣି ପିଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରକାଶଥାଉକି, ଗତ 12 ତାରିଖ ଦିନ ରାମଲାଲାଙ୍କ ପାଇଁ ବ୍ରତ ରଖିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । 12 ତାରିଖରୁ ବ୍ରତ ଆରମ୍ଭ ହୋଇଥିବା ବେଳେ ଆଜି ଅଷ୍ଟମ ଦିନ ।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପ୍ରବକ୍ତା ଏନେଇ କହିଛନ୍ତି, ପଇଡ଼ ପାଣି ସାତ୍ତ୍ବିକ ଭୋଜନର ଏକ ଅଂଶ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହା ପିଇବା ଆବଶ୍ୟକ । ପ୍ରଭାତରୁ ଉଠି ସାତ୍ତ୍ବିକ ଡାଏଟ ଆପଣେଇବା ସହିତ ମୋଦି ଗତ ସପ୍ତାହେ ଧରି ପଶ୍ଚିମ ଏହଂ ଦକ୍ଷିଣ ଭାରତ ପରିଦର୍ଶନ କରୁଛନ୍ତି । ନିକଟରେ ମୋଦି ନାସିିକରେ ରହିଥିବା ପଞ୍ଚବଟି ଗସ୍ତ କରିଥିଲେ । ସେଠାରେ ଭଗବାନ ରାମ ବନବାସ ସମୟରେ କିଛି ସମୟ ଅତିବାହିତ କରିଥିଲେ । ଏହାପରେ କେରଳର ଗୁରୁବାୟୁର ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ବୀରଭଦ୍ର ମନ୍ଦିର ପରିଦର୍ଶନ କରିଥିଲେ ମୋଦି ।