ଶ୍ରୀନଗର: LOC ସୀମାରେ ଉରି ସେକ୍ଟରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କଲା ସେନା । ଶନିବାର ସକାଳେ ଭାରତ ପାକିସ୍ତାନ ସୀମାର ଏଲଓସିରେ ୩୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବା ବାରମୂଲା ଏସଏସପି ସୂଚନା ଦେଇଛନ୍ତି ।
ଭାରତ ପାକିସ୍ତାନ ସୀମା ଉରି ସେକ୍ଟରରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରିଛି ସେନା । ଏନେଇ ବାରମୂଲା ଏସଏସପି ସୂଚନା ଦେଇ କହିଛନ୍ତି ଯେ ଶନିବାର ସକାଳେ ଉତ୍ତର କାଶ୍ମୀରର ଉରି ସେକ୍ଟରର ଏଲଓସିରେ କିଛି ସନ୍ଦେହଜନକ ଗତିବିଧି ଉପରେ ନଜର ରଖିଥିଲା ସେନା । ଚାଲାଣକାରୀମାନେ ଉରି ସେକ୍ଟର ସୀମାବର୍ତ୍ତୀ ଅଞ୍ଚଳରେ ନିଷେଧାଦେଶ ଡ୍ରଗ୍ସକୁ ଚୋରାଚାଲାଣ କରିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଭାରତୀୟ ସେନା ମିଳିତ ବାହୀନି ପକ୍ଷରୁ ଚଢାଉ କରାଯାଇଥିଲା।