ଓଡିଶା

odisha

ଉପଯୁକ୍ତ ସମ୍ମାନ ପାଇ ନାହାଁନ୍ତି ନରସିଂହ ରାଓ: ଭେଙ୍କୟା ନାଇଡୁ

By

Published : Dec 27, 2020, 7:43 PM IST

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସ୍ବର୍ଗତ ପି.ଭି ନରସିଂହ ରାଓଙ୍କୁ ମନେ ପକାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଦୃଢ ଅର୍ଥନୈତିକ ସଂସ୍କାର ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇଛି ବୋଲି ଭେଙ୍କୟା ନାଇଡୁ କହିଛନ୍ତି। ଅଧିକ ପଢନ୍ତୁ...

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସ୍ବର୍ଗତ ପି.ଭି ନରସିଂହ ରାଓଙ୍କୁ ମନେ ପକାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଦୃଢ ଅର୍ଥନୈତିକ ସଂସ୍କାର ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇଛି ବୋଲି ଭେଙ୍କୟା ନାଇଡୁ କହିଛନ୍ତି।

ବହୁମୁଖୀ ବ୍ୟକ୍ତିତ୍ବ ଭାବେ ପି.ଭି ନରସିଂହ ରାଓଙ୍କୁ ବର୍ଣ୍ଣନା କରି ନାଇଡୁ କହିଛନ୍ତି ଯେ ରାଓ ଜଣେ ମହାନ ପଣ୍ଡିତ, ସାହିତ୍ୟିକ ଏବଂ ବହୁଭାଷୀ ଥିଲେ। ସେ କିନ୍ତୁ ଉପଯୁକ୍ତ ମାନ୍ୟତା ପାଇନାହାଁନ୍ତି ବୋଲି ଏକ ସରକାରୀ ବିବୃତ୍ତି ଅନୁଯାୟୀ ନାଇଡୁ କହିଛନ୍ତି। ହାଇଦ୍ରାବାଦରେ ସାମ୍ବାଦିକ ଏ କୃଷ୍ଣ ରାଓଙ୍କ ଦ୍ବାରା ଲିଖିତ ‘ବିଳ୍ପବ ତାପସ୍ବୀ: ପିଭି’ ନାମକ ଏକ ତେଲୁଗୁ ପୁସ୍ତକ ପ୍ରକାଶ କରି ନାଇଡୁ କହିଛନ୍ତି ଯେ ରାଓ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ସମୟରେ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅନିଶ୍ଚିତତାର ସମ୍ମୁଖୀନ ହୋଇଛି।

ପିଭି ରାଓ 1991-1996 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ପିଭି ରାଓ ଲାଇସେନ୍ସ ରାଜ୍ ହଟାଇବା ସହ ବ୍ୟାଙ୍କିଙ୍ଗ୍ ସଂସ୍କାର, ବିଦ୍ୟୁତ୍ ଘରୋଇକରଣ, ଟେଲିକମ୍ ଆଧୁନିକୀକରଣ ଏବଂ ରପ୍ତାନି ବୃଦ୍ଧି ତଥା ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପଦକ୍ଷେପ ନେଇଥିଲେ। ସେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ସହ ଖାଦ୍ୟ ଶସ୍ୟ ପରିବହନ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details