ଓଡିଶା

odisha

ETV Bharat / bharat

ନନ୍ଦିଗ୍ରାମ ଲଢେଇ: କମ୍ପିବ ମୈଦାନ, ରୋଡ ଶୋ କରିବେ ଅମିତ ଶାହ - ନନ୍ଦିଗ୍ରାମ ଲଢେଇ

ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନ । ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହ । ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ପ୍ରଚାର କରିବେ । ସେପଟେ ଦିଦି ମଧ୍ୟ ପ୍ରଚାର କରିବା ସହ ଲୋକଙ୍କ ପାଖକୁ ଯିବେ । ଅଧିକ ପଢନ୍ତୁ...

Nandigram fight today BJP Leader Amit Saha election campaign
ନନ୍ଦିଗ୍ରାମ ଲଢେଇ: କମ୍ପିବ ମଇଦାନ ରୋଡ ଶୋ କରିବେ ଅମିତ ଶାହ

By

Published : Mar 30, 2021, 7:24 AM IST

Updated : Mar 30, 2021, 9:44 AM IST

କୋଲକାତା: ଆଜି ନନ୍ଦିଗ୍ରାମରେ ପ୍ରଚାର କରିବେ ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ । ଏହି ହାଇଭୋଲଟେଜ ଲଢେଇରେ ସାରା ଦେଶର ନଜର । ଆଜି ପ୍ରଚାରରେ ଦୁଲୁକିବ ବହୁଚର୍ଚ୍ଚିତ ନନ୍ଦିଗ୍ରାମ । ବିଜେପିର ଷ୍ଟାର ପ୍ରଚାରକ ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର କରିବେ । ନନ୍ଦିଗ୍ରାମରେ ଅପ୍ରେଲ 1ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।

ଦିନେ ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ଡାହାଣ ହାତ ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଜେପିରେ । ଶୁଭେନ୍ଦୁ ନନ୍ଦିଗ୍ରାମରେ ଦିଦିଙ୍କୁ ଦେଉଛନ୍ତି କଡା ଚ୍ୟାଲେଞ୍ଜ । ନନ୍ଦିଗ୍ରାମ ଫାଇଟରେ ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ନନ୍ଦିଗ୍ରାମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଗୃହମନ୍ତ୍ରୀ ଅମିତ ଶାହ ସମେତ ବିଜେପିର ଷ୍ଟାର ପ୍ରଚାରକ ତଥା ବେଙ୍ଗଲ ଟାଇଗର ମିଥୁନ ଚକ୍ରବର୍ତ୍ତୀ । ଆଜି ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ପାଇଁ ଅମିତ ଶାହ, ମିଥୁନ ଚକ୍ରବର୍ତ୍ତୀ ସହ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିବେ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ରୋଡ ଶୋ କରିବା ସହ ଲୋକଙ୍କ ପାଖକୁ ଯାଇ ପ୍ରଚାର କରିବେ ।

ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ବିଲ ଚେୟାରେ ରୋଡ ଶୋ ସହ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି । ମମତା ବାନାର୍ଜୀ ଆଜି ମଧ୍ୟ ପ୍ରଚାର ଜୋରସୋରେ କରିବେ । ଏହି ଲଢେଇରେ ପ୍ରଚାର ଶେଷ ପର୍ଯ୍ୟାୟର ପହଞ୍ଚିଥିବାରୁ ଉଭୟ ବିଜେପି ଓ ଟିଏମସି ନିଜର ସପକ୍ଷରେ ମତଦାନ ଆଣିବା ପାଇଁ ଭରପୁର ପ୍ରୟାସ କରିବେ ।

ନନ୍ଦିଗ୍ରାମରେ ଲଢେଇରେ ଦିଦିଙ୍କୁ ପରାଜିତ କରିବା ପାଇଁ ବିଜେପି ନିଜର ସମସ୍ତ କଳବଳ କୌଶଳ ପ୍ରୟୋଗ କରିବା ସହ ଜୋରଦାର ପ୍ରଚାର କରୁଛି । ସେପଟେ ମମତା ବାନାର୍ଜୀ ମଧ୍ୟ ଏହି ଆସନରେ ପ୍ରଚାର ପ୍ରସାର ସମୟରେ କୌଣସି ହାତଛଡା କରୁନାହାନ୍ତି । ସୂଚନାଥାଉକି ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟରେ 294 ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ 30 ଆସନରେ ନିର୍ବାଚନ ହୋଇଥିବାବେଳେ ଆସନ୍ତା ଅପ୍ରେଲ 1 ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ବହୁ ଐତିହାସିକ ଘଟଣା ସହ ସାକ୍ଷୀ ରହିଥିବା ନନ୍ଦିଗ୍ରାମ ଆସନ ପୁଣି ଏକ ନୂତନ ରାଜନୈତିକ ସାକ୍ଷୀ ପାଲଟିବ ନା ପୂର୍ବବତ ବଜାୟ ରଖିବ ତାହା ଆସନ୍ତା ମେ 2 ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ ।

Last Updated : Mar 30, 2021, 9:44 AM IST

ABOUT THE AUTHOR

...view details