ଲକ୍ଷ୍ନୌ: ଦେଶର ପ୍ରଥମ ଦ୍ରୁତ ରେଳ ସେବା ଦିଲ୍ଲୀ-ମେରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଗାଜିଆବାଦରେ ଏକ ଜନସବାକୁ ସମ୍ବୋଧିତ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଆଜି ଦେଶର ପ୍ରଥମ ରାପିଡ ରେଳ ନମୋ ଭାରତ ସେବା ଆରମ୍ଭ ହୋଇଛି । ଏହା ପୂରା ଦେଶ ପାଇଁ ଐତିହାସିକ ମୁହୂର୍ତ୍ତ । ନମୋ ଭାରତ ଭବିଷ୍ୟ ଭାରତର ଝଲକ । ଏହା ଅମୃତ ଭାରତ ବନ୍ଦେ ଭାରତ ଓ ନମୋ ଭାରତର ଏହି ତ୍ରିବେଣୀ ଏହି ଦଶକର ଅନ୍ତ ଯାଏ ଭାରତ ରେଳକୁ ଆଧୁନିକୀକରଣର ପ୍ରତୀକ ହେବ ।
ଅଧିକ ପଢନ୍ତୁ- ରେଳ ଯାତ୍ରାରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ରାପିଡ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି ଭାରତରେ ଯେଉଁ ଇନଫ୍ରାଷ୍ଟ୍ରକଚର ନିର୍ମାଣ ହୋଇଛି । ସେଥିରେ ନାଗରିକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଟ୍ରେନ ସେବା ଅମୃତ ଭାରତ ବନ୍ଦେ ଭାରତ ଓ ନମୋ ଭାରତର ତ୍ରିବେଣୀ ଏହି ଦଶକର ଅନ୍ତ ଯାଏ ଭାରତ ରେଳକୁ ଆଧୁନିକୀକରଣର ପ୍ରତୀକ ହେବ । ନମୋ ଭାରତ ଭବିଷ୍ୟ ଭାରତର ଝଲକ । ଯେବେ ଦେଶରେ ଆର୍ଥିକ ଶକ୍ତି ବଢି ଥାଏ ସେବେ ଦେଶର ଚିତ୍ର ବଦଳେ ଯାହାର ପ୍ରମାଣ ଏହି ନମୋ ଭାରତ । ଏହି ନମୋ ଭାରତ ନୂଆ ଭାରତର ଦେଶରେ ଆଧୁନିକତାକୁ ଅଧିକ ସ୍ପିଡ ଦେବ । ଭାରତର ନୂଆ ଯାତ୍ର ତିଆରି କରିବା ସହ ନୂଆ ସଂକଳ୍ପକୁ ପରିଭାଷିତ କରିବ ।''
ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ନବରାତ୍ରୀରେ ଶୁଭ କାର୍ଯ୍ୟ ଶୁଭାରମ୍ଭର ପରମ୍ପରା ରହିଆସିଛି । ଏହି ଶୁଭ ଅବସରରେ ମୁଁ ଦିଲ୍ଲୀ, ଏନସିଆର ଓ ପୁରା ପଶ୍ଚିମ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଉଛି । କେନ୍ଦ୍ର ସରକାର ଆଜି ଭାରତର ନୂଆ ସଂକଳ୍ପକୁ ପୁରା କରୁଛନ୍ତି । ଭାରତ ବିକାଶ ପାଇଁ ରାଜ୍ୟ ଗୁଡିକର ବିକାଶ ଜରୁରୀ । ଆଜି ସାରା ଦୁନିଆରେ ଭାରତର ପ୍ରଭାବ ବଢିଛି । ଆଜି ଭାରତ ନିଜ ଦମରେ 100ରୁ ଅଧିକ ମେଡାଲ ଜିତିବାର କ୍ଷମତା ରଖିଛି । ଆଜିର ଭାରତ କୋଟି କୋଟି ଟଙ୍କା ଡିଜିଟାଲ ମାଧ୍ୟମରେ କାରବାର କରୁଛି । ମହାମାରୀ କୋଭିଡ ବେଳେ ଭାରତ ସାରା ଦୁନିଆକୁ ସଞ୍ଜିବନୀ ଯୋଗାଇଥିଲା । ଆଜି ବିଶ୍ବରେ ଭାରତର ପ୍ରଗତୀକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀ-ମେରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସାହିବାବାଦ- ଦୁହାଇ ଡିପୋ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍କଲ ଛାତ୍ରଛାତ୍ରୀ ଓ କ୍ରୁ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।