ମୁମ୍ବାଇ:ମହିଳାମାନେ ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ । ବମ୍ବେ ହାଇକୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । କୋର୍ଟ ଏହି ରାୟ ଶୁଣାଇବା ସହିତ ଆବେଦନକାରୀଙ୍କ ଆବେଦନ ଖାରଜ ମଧ୍ୟ କରିଛନ୍ତି । ଛୋଟ ସ୍କର୍ଟ ପିନ୍ଧି ନାଚୁଥିବା ମହିଳାଙ୍କ ଡାନ୍ସ ଦେଖିବା ସହିତ ତାଙ୍କୁ ନକଲି ନୋଟ୍ ଦେବା ଯୋଗୁଁ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କୋର୍ଟ FIRକୁ ଖାରଜ କରିଛନ୍ତି ।
ଏହା ବି ପଢନ୍ତୁ- ଅବିବାହିତା ମହିଳାଙ୍କୁ ମିଳିଲା ଅଧିକାର, ଚାହିଁଲେ ହୋଇପାରିବେ ମାଆ: କେରଳ ହାଇକୋର୍ଟ
ଜଷ୍ଟିସ ବିନୟ ଯୋଶୀ ଓ ବାଲ୍ମିକୀ ସା ମିନିଜିସଙ୍କ ନେତୃତ୍ବାଧୀନ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଭାରତରେ ମହିଳାମାନେ ଏଭଳି ଛୋଟ ସ୍କର୍ଟ ପିନ୍ଧିବାକୁ ଧୀରେ ଧୀରେ ଗ୍ରହଣ କରାଗଲାଣି । ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ । ଏହା ଆପେ ଆପେ ଅଶ୍ଳୀଳପୂର୍ଣ୍ଣ ଆଚରଣ ହୋଇପାରିବ ନାହିଁ । ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ ସମାଜରେ ବିରକ୍ତିଭାବ ସୃଷ୍ଟି କରିପାରେ । କାରଣ ଭାରତୀୟ ସମାଜ ମହିଳାଙ୍କ ସ୍ବିମିଂ କଷ୍ଟ୍ୟୁମକୁ ମଧ୍ୟ ଗ୍ରହଣ କଲାଣି । ଏଭଳି ଉଦାହରଣ ଦେଇ ଏହି ରାୟ ଶୁଣାଇଛନ୍ତି କୋର୍ଟ ।