ଓଡିଶା

odisha

ETV Bharat / bharat

ଅନନ୍ତନାଗରେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଘଟଣା, ନିନ୍ଦା କଲେ ନଡ୍ଡା - ବିଜେପି ନେତାଙ୍କୁ ଆକ୍ରମଣ

ଜମ୍ମୁ କାଶ୍ମୀର ଅନନ୍ତନାଗରେ ବିଜେପି ସରପଞ୍ଚ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା । ଏହାକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ....

Nadda strongly condemns attack on BJP leader in J-K, expresses condolences to family
ଅନନ୍ତନାଗରେ ଆତଙ୍କୀ ହାମଲାରେ ବିଜେପି ନେତା ସହ ଆଖି ବୁଜିଲେ ସ୍ତ୍ରୀ ,ଘଟଣାକୁ ନିନ୍ଦା କଲେ ନଡ୍ଡା

By

Published : Aug 11, 2021, 10:33 AM IST

ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀର ଅନନ୍ତନାଗରେ ବିଜେପି ସରପଞ୍ଚ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜାମ୍ମୁ କାଶ୍ମୀରରେ ଶାନ୍ତି ଏବଂ ବିକାଶ ଏଜେଣ୍ଡାକୁ ଜାରି ରଖିବାକୁ ପ୍ରତିବଦ୍ଧ ରହିଛି ବୋଲି ସେ କହିଛନ୍ତି ।

ନଡ୍ଡା ଏକ ଟୁଇଟରେ କହିଛନ୍ତି ଯେ, ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀ ଅନନ୍ତନାଗରେ ହୋଇଥିବା ଆକ୍ରମଣ ଅତି ଭୟଙ୍କର ଥିଲା । ଏହି ଘଟଣାକୁ ମଧ୍ୟ ନିନ୍ଦା କରିବା ଆବଶ୍ୟକ । ଏହାସହ ଆକ୍ରମଣର ଶୀକାର ହୋଇଥିବା ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି ।

ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଡାର ଏବଂ ତାଙ୍କ ପତ୍ନୀ ଜବାହରା ବେଗମଙ୍କ ଉପରେ ସୋମବାର ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଘଟଣାକୁ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ନିନ୍ଦା କରିଛନ୍ତି । ହିଂସା ଘଟାଇଥିବା ବ୍ୟକ୍ତି ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । ଘଟଣା ସମୟରେ ଅନୁପସ୍ଥିତ ଥିବାରୁ ଡାରର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ମଙ୍ଗଳବାର ନିଲମ୍ବିତ କରାଯାଇଥିଲା ।

ଏନେଇ ଜାମ୍ମୁ କାଶ୍ମୀର ପୋଲିସ ଏକ ପ୍ରେସ ବିବୃତ୍ତିରେ ଜାରି କରିଛି । ଏଥିରେ କହିଛି ଯେ ଆତଙ୍କବାଦୀମାନେ ଅନନ୍ତନାଗର ଲାଲଚୋକରେ ଥିବା ଡାରଙ୍କ ଭଡା ଘରେ ପଶି ପିସ୍ତଲରୁ ଗୁଳି ଚଳାଇଥିଲେ । ଏହି ଘଟଣାରେ ୨ ଆତଙ୍କୀ ସମ୍ପୃକ୍ତ ଥିଲେ ।

@ANI

ABOUT THE AUTHOR

...view details