ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହରିୟାଣା, ଉତ୍ତରପ୍ରଦେଶ,ପଞ୍ଜାବ ଓ ରାଜସ୍ଥାନର ବିଜେପି ନେତାମାନଙ୍କ ସହିତ ନୂଆ କୃଷି ଆଇନ ଏବଂ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ଆଲୋଚନା କରିଛନ୍ତି ।
ଖବରଅନୁସାରେ, ଏହି ଆଲୋଚନାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା,କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ । ଏହା ସହିତ ବହୁ ବିଜେପି ନେତା, କାର୍ଯ୍ୟକାରିଣୀ,ସଂସଦ,ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କୃଷକମାନଙ୍କ ସମସ୍ୟା ସହିତ ଜଡିତ ନୂତନ କୃଷି ଆଇନ ଏବଂ ରଣନୀତି ଉପରେ ଆଲୋଚନା କରାଯାଇଛି । ଏହା ସହିତ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ସହିତ କୃଷି ବିଲ ବିଷୟରେ ଆଲୋଚନା କରିବାକୁ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୁତ୍ରରୁ ଜଣାପଡିଛି ।
ଏବେ ସୁଦ୍ଧା ଦିଲ୍ଲୀସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଉଲ୍ଲେଖଯୋଗ୍ୟ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ଗତ ନଭେମ୍ବର 28 ତାରିଖରୁ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ