ଓଡିଶା

odisha

ETV Bharat / bharat

Manipur CM Race: ସସପେନ୍ସରେ ପୂର୍ଣ୍ଣଚ୍ଛେଦ, ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୀରେନ ସିଂ - ମଣିପୁର ମୁଖ୍ୟମନ୍ତ୍ରୀ ବିବାଦ

ମଣିପୁର ମୁଖ୍ୟମନ୍ତ୍ରୀ ପଦ ନେଇ ଚର୍ଚ୍ଚାର ଅନ୍ତ । ବୀରେନଙ୍କ ନାମରେ ଲାଗିଲା ମୋହର । ନିର୍ବାଚନ ଫଳାଫଳ ପରେ ୧୦ ଦିନ ଧରି ଲାଗି ରହିଥିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Manipur CM Suspense Ends: ସସପେନ୍ସରେ ପୁର୍ଣ୍ଣଚ୍ଛେଦ, ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୀରେନ ସିଂ
Manipur CM Suspense Ends: ସସପେନ୍ସରେ ପୁର୍ଣ୍ଣଚ୍ଛେଦ, ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୀରେନ ସିଂ

By

Published : Mar 20, 2022, 5:32 PM IST

ଇମ୍ଫାଲ: ମଣିପୁରରେ ବିଜେପି ବହୁମତ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ଲାଗିରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ବୀରେନ ସିଂ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ କରିଛି ଦଳ । ପୂର୍ବରୁୁ ବୀରେନଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ବିଜେପି ନେତା ବିଶ୍ବଜିତ ସିଂ ଓ ୟୁମନମ ଖେମଚାନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ । ତେବେ ନିର୍ବାଚନ ଫଳଫଳ ଆସିବାର ୧୦ ଦିନ ପରେ ଆଜି ବୀରେନ ସିଂଙ୍କ ନାମରେ ଚୂଡାନ୍ତ ମୋହର ମାରିଛି ଦଳ । ଇମ୍ଫାଲ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରମଣ ଓ କିରଣ ରିଜ୍ଜୁ ଆଜି ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି ।

ଦୌଡରେ ଥିବା ଏହି ୩ ନେତା ଗତକାଲି ଦିଲ୍ଲୀ ଗସ୍ତ କରି ଦଳର କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିଥିଲେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ କେଇ ଘଣ୍ଟା ଆଲୋଚନା ପରେ ଆଜି ସ୍ପଷ୍ଟ ଚିତ୍ର ଆସିବା ନେଇ ଅନୁମାନ କରାଯାଉଥିଲା । ଆଜି ଅପରାହ୍ନରେ ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ଥିବା ବୀରେନଙ୍କ କାନ୍ଧରେ ପୁଣି ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛି ଦଳ ।

ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ ଘୋଷଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଦେଶ ପର୍ଯ୍ୟବେକ୍ଷକ ଥିବା କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ଇମ୍ଫାଲରେ ପହଞ୍ଚିଥିଲେ । ତେବେ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବୀରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଦାୟିତ୍ବ ଦେବ । ପ୍ରଥମେ ଜଣେ ଫୁଟବଲର ଓ ପରେ ସାମ୍ବାଦିକତାରେ କ୍ୟାରିୟର ଆରମ୍ଭ କରିଥିବା ୬୧ ବର୍ଷୀୟ ବୀରେନ ପରବର୍ତ୍ତୀ ସମୟରେ ରାଜନୀତିକୁ ଆସିଥିଲେ । ଚଳିତଥର ମଧ୍ୟ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା ମଣିପୁର ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details