ଓଡିଶା

odisha

ETV Bharat / bharat

Biren Singh Takes Oath: ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୀରେନ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

ମଣିପରୁରେ ବୀରେନ ସରକାର । ଆଜି ଅପରାହ୍ନରେ ନେଲେ ଶପଥ । ଗତକାଲି ବୀରେନଙ୍କ ନାମରେ ବିଧାୟକ ଦଳ ବୈଠକରେ ଲାଗିଥିଲା ଚୂଡାନ୍ତ ମୋହର । ଅଧିକ ପଢନ୍ତୁ

By

Published : Mar 21, 2022, 3:53 PM IST

Updated : Mar 21, 2022, 5:11 PM IST

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୀରେନ ସିଂ
ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବୀରେନ ସିଂ

ଇମ୍ଫାଲ: ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବୀରେନ ସିଂ । ଆଜି ଅପରାହ୍ନ ୩.୩୦ ରେ ବୀରେନ ଶପଥ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ସରକାର ଗଠନ ପାଇଁ ବହୁମତ ପାଇଥିଲା ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା ।

ତେବେ ଗତକାଲି ବୀରେନଙ୍କ ନାମରେ ଚୂଡାନ୍ତ ମୋହର ଲାଗିବା ପରେ ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବୀରେନଙ୍କ ଏହା ହେଉଛି ଦ୍ବିତୀୟ ପାଳି ।ଇମ୍ଫାଲରେ ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନ. ବୀରେନ ସିଂହ। ବୀରେନଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଲା ଗଣେଶନ୍‌ ।

ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀରନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବୀରେନ ଓ ତାଙ୍କ ଟିମ ଭଲ ପ୍ରଦର୍ଶନ କରିବ । ବୀରେନଙ୍କ ନେତୃତ୍ବରେ ମଣିପୁର ଉନ୍ନତିର ନୂଆ ସ୍ତରକୁ ଛୁଇଁବ ବୋଲି ସେ ଆଶାବାଦୀ ଥିବା ଟ୍ବିଟରେ ଉଲ୍ଲେଖ କରିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2022, 5:11 PM IST

ABOUT THE AUTHOR

...view details