ଓଡିଶା

odisha

ETV Bharat / bharat

ନେତାଜୀଙ୍କ 'ଅଦୃଶ୍ୟତା'ର ରହସ୍ୟ - ନେତାଜୀଙ୍କ 'ଅଦୃଶ୍ୟତା'ର ରହସ୍ୟ

ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିବା ଜାପାନ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଏହି ପ୍ରସଙ୍ଗଟି ଏବେ ମଧ୍ୟ ରହସ୍ୟ ଘେରରେ ରହିଛି । ଅଧିକ ପଢନ୍ତୁ...

Mystery of Netaji's Disappearance
ନେତାଜୀଙ୍କ 'ଅଦୃଶ୍ୟତା'ର ରହସ୍ୟ

By

Published : Jan 23, 2021, 8:00 PM IST

ହାଇଦ୍ରାବାଦ: ବିଶ୍ବରେ ନେତାଜୀଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି । ନେତାଜୀଙ୍କ ପ୍ରକୃତରେ ମୃ୍ତ୍ୟୁ ଘଟିସାରିଲାଣି ନା ନାହିଁ ସେ ସମ୍ପର୍କରେ ପ୍ରମାଣ ନାହିଁ । ଏହି ଘଟଣାର ଚର୍ଚ୍ଚା ଘେରକୁ ଆସିଲା ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥାଏ । ନେତାଜୀଙ୍କୁ କୌଣସି ସ୍ଥାନରେ ଠାବ କରାଯାଇଥିବା ଭଳି ଅନେକ ଖବର ମଧ୍ୟ ଆସିଛି । 1945 ମସିହାରେ ହୋଇଥିବା ବିମାନ ଦୁର୍ଘଟଣାରୁ ସେ ବର୍ତ୍ତିଯାଇ ବୃଦ୍ଧାଶ୍ରମରେ ନିଜର ପରିଚୟ ଲୁଚାଇ ରହୁଥିଲେ ବୋଲି ବିଶ୍ବାସ କରାଯାଏ । ତଥାପି ନେତାଜୀଙ୍କ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଆସିଛି ।

ପ୍ରତ୍ୟେକ ରାଜନୈତିକ ସଂଗଠନ ତାଙ୍କ ପ୍ରତିଫଳିତ ଗୌରବରେ ଉଜ୍ଜ୍ୱଳ ହେବାକୁ ଚେଷ୍ଟା କରୁଥିବା ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ଅନ୍ୟତମ ସମ୍ମାନିତ ବ୍ୟକ୍ତିତ୍ବ ଅଟନ୍ତି । ତାଙ୍କର ଐତିହାସିକ ଚରିତ୍ର ଏତେ ମହାନ୍‌ ଯେ ସେ ଏବେ ମଧ୍ୟ ଜୀବିତ ରହିଛନ୍ତି ବୋଲି କିଛି ଭାରତୀୟ ବିଶ୍ବାସ କରିଥାନ୍ତି । କିନ୍ତୁ 1945 ମସିହା ଅଗଷ୍ଟ 18 ତାରିଖରେ ଫର୍ମୋସା ଠାରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ବୋଲି ନେତାଜୀଙ୍କ ପ୍ରତ୍ୟେକ ପ୍ରମୁଖ ଜୀବନୀରେ ଉଲ୍ଲେଖ ରହିଛି ।

ନେତାଜୀଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଅନେକ ତଥ୍ୟ:-

  • ନେତାଜୀ ନିଜ ଅଦୃଶ୍ୟତାର ଷଡଯନ୍ତ୍ର ନିଜେ ରଚିଥିଲେ ବୋଲି କିଛି ଲୋକ ବିଶ୍ବାସ କରନ୍ତି । ସେ ଇଂରେଜ ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିବା ପାଇଁ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବା ଲାଗି ଏଭଳି ଷଡଯନ୍ତ୍ର ରଚିଥିଲେ ।
  • ଅନ୍ୟ କିଛି କୁହନ୍ତି କି ନେତାଜୀ ଉତ୍ତର ଭାରତରେ ବସବାସ କରୁଥିଲେ । ଆଉ କିଛି କୁହନ୍ତି ଯେ ନେହେରୁ ଏବଂ ଗାନ୍ଧୀ ତାଙ୍କ ସହ ବିଶ୍ୱାସଘାତକତା କରି ସୋଭିଏତ୍ ଗୁଲାଗରେ କାରାଗାରରେ ରଖିଥିଲେ । ଏହି ଲୋକକଥାଗୁଡିକ ନେତାଜୀଙ୍କ ଜୀବନ ଏବଂ ସଫଳତାକୁ ଅଲଗା କରିଦେଇଛି । ତାଙ୍କ ମୃତ୍ୟୁ ଏକ ରାଜନୈତିକ ହତ୍ୟା-ରହସ୍ୟର ପ୍ରାରମ୍ଭରେ ପରିଣତ ହୋଇଛି ।
  • ସରକାରଙ୍କ ପ୍ରତିବାଦ ପରେ ଅନେକ ନେତାଜୀଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାର ଘଟିଥିବା ନେଇ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।
  • ଆମେରିକାର ହସ୍ତଲିଖନ ବିଶେଷଜ୍ଞ କାର୍ଲ ବାଗେଟ୍ଟ ସତ୍ୟତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରକୃତରେ ଗୁମ୍ନାମି ବାବା ଭାବରେ ସ୍ୱାଧୀନତା ପରେ ଦଶନ୍ଧି ଧରି ଭାରତରେ ରହୁଥିଲେ । ସେ ନେତାଜୀ ଏବଂ ଗୁମ୍ନାମି ବାବାଙ୍କ ଦ୍ୱାରା ଲିଖିତ ଚିଠିକୁ ବିଶ୍ଳେଷଣ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ।

ପ୍ରକୃତରେ କ'ଣ ନେତାଜୀ ଗୁମ୍ନାମି ବାବା ଭାବରେ ଭାରତରେ ବାସ କରୁଥିଲେ ?

  • ଗୁମ୍ନାମି ବାବା 1985 ମସିହାରେ ଉତ୍ତରପ୍ରଦେଶର ଫୈଜାବାଦରେ ମୃତ୍ୟୁବରଣ କରି ନିଜ ସହ ଅନେକ ରହସ୍ୟ ନେଇଯାଇଥିଲେ । ଉତ୍ତରପ୍ରଦେଶ କ୍ୟାବିନେଟରେ ଗୁମ୍ମାମି ବାବାଙ୍କ ଉପରେ ଜଷ୍ଟିସ ବିଷ୍ଣୁ ସାହି କମିଶନଙ୍କ ରିପୋର୍ଟରେ କୁହାଯାଇଛି ଯେ ଏହା ସୁଭାଷ ଚନ୍ଦ୍ର ବୋଷ ବୋଲି ଅନେକଙ୍କ ଦ୍ୱାରା କୁହାଯାଉଥିବା ବେଳେ ସାଧୁ ପ୍ରକୃତରେ ନେତାଜୀ ଥିଲେ କି ନାହିଁ ତାହା ନିର୍ଣ୍ଣୟ କରିପାରିବ ନାହିଁ ବୋଲି ସେ ରିପୋର୍ଟରେ ଦର୍ଶାଇଥିଲେ ।
  • ଗୁମ୍ନାମି ବାବା ନେତାଜୀଙ୍କ ଭଳି ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷାକୁ ସ୍ପଷ୍ଟ ଭାବେ କହିପାରୁଥିଲେ । ତେବେ ସେମାନଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ରହୁଥିଲା ବୋଲି ରେକର୍ଡ କରାଯାଇଛି । ଗୁମ୍ନାମି ବାବା ମ୍ୟୁଜିକ ପ୍ରତି ତାଙ୍କର ଭଲପାଇବା ମଧ୍ୟ ରହିଥିଲା ।
  • ଜଷ୍ଟିସ ସାହି 2017ରେ ରାଜ୍ୟପାଳଙ୍କ ନିକଟରେ ଏହି ରିପୋର୍ଟ ଦାଖଲ କରିଥିଲେ । ଏହା ପରେ ସେ କହିଥିଲେ ଯେ ଗୁମ୍ନାମି ବାବା ଏବଂ ନେତାଜୀଙ୍କ ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିବା କଷ୍ଟସାଧ୍ୟ ଥିଲା କାରଣ ସୁଭାଷ ଚନ୍ଦ୍ର ବୋଷ 1985 ମସିହାରେ ମୃତ୍ୟୁବରଣ କରିଥିଲେ ଏବଂ ସାକ୍ଷୀମାନେ କେବଳ 2016 ଏବଂ 2017ରେ କମିଶନଙ୍କ ନିକଟରେ ହାଜର ହୋଇଥିଲେ ।

ନେତାଜୀ 60 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ: ଜାପାନ ରିପୋର୍ଟ

1945 ମସିହାରେ ତାଇବାନରେ ହୋଇଥିବା ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଜାପାନ ସରକାର ଏକ ରିପୋର୍ଟରେ ଦର୍ଶାଇଥିଲେ । ଏହି ରିପୋର୍ଟ ଜାପାନୀ ଭାଷାରେ 7 ପୃଷ୍ଠାରେ ଲେଖାଯାଇଥିବା ବେଳେ ଇଂରାଜୀ ଭାଷାରେ 10 ପୃଷ୍ଠାରେ ଲେଖାଯାଇ ଟୋକିଓରେ ଥିବା ଭାରତୀୟ ଏମ୍ବାସିଙ୍କ ନିକଟରେ ଦାଖଲ କରାଯାଇଛି । ତଥାପି ନେତାଜୀଙ୍କ ଅନୁଗାମୀଙ୍କ ସମେତ ଅନେକ ଭାରତୀୟ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ବିଶ୍ବାସ କରିନଥିବା ସହିତ ଏହାକୁ ଗ୍ରହଣ କରିନାହାନ୍ତି ।

ABOUT THE AUTHOR

...view details