ଓଡିଶା

odisha

Mann Ki Baat: ମୋଦିଙ୍କ ମନକଥା, କ୍ଷମତା ନୁହେଁ ଚାହେଁ ଦେଶବାସୀଙ୍କ ସେବା

By

Published : Nov 28, 2021, 1:55 PM IST

ଆଜି(ରବିବାର) 83ତମ ମନ କି ବାତ୍ (Mann Ki Baat) ରେଡିଓ କାର୍ଯ୍ୟକ୍ରମରେ (Monthly Radia program)ମ ଦେଶବାସୀଙ୍କୁ ମନର କଥା କହି ୧୯୭୧ରେ ପାକିସ୍ତାନ ଉପରେ ଭାରତର ବିଜୟକୁ ୫୦ ବର୍ଷ ପୂରଣ ହୋବାକୁ ଯାଉଥିବାରୁ ସେନାବାହିନୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ କ୍ଷମତାରେ ରହିବା ନୁହେଁ ଦେଶ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କ୍ଷମତା ନୁହେଁ ଦେଶବାସୀଙ୍କ ସେବା ଚାହେଁ
କ୍ଷମତା ନୁହେଁ ଦେଶବାସୀଙ୍କ ସେବା ଚାହେଁ

ନୂଆଦିଲ୍ଲୀ:ଆଜି(ରବିବାର) 83ତମ ମନ କି ବାତ୍ (Mann Ki Baat) ରେଡିଓ କାର୍ଯ୍ୟକ୍ରମରେ (Monthly Radia program) ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ୧୯୭୧ରେ ପାକିସ୍ତାନ ଉପରେ ଭାରତର ବିଜୟକୁ ୫୦ ବର୍ଷ ପୂରଣ ହୋବାକୁ ଯାଉଥିବାରୁ ସେନାବାହିନୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ କ୍ଷମତାରେ ରହିବା ନୁହେଁ ଦେଶ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ମାସ ୧୬ ତାରିଖରେ ଦେଶ ନୌସେନା ଦିବସ ଓ ସଶସ୍ତ୍ର ବାହିନୀ ଦିବସ ପାଳନ କରିବାକୁ ଯାଉଛି । ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସୁବର୍ଣ୍ଣ ଜୟନ୍ତୀ ଭାବରେ ପାଳନ କରାଯିବ । ଏହି ଅବସରରେ ମୁଁ ଆମ ଦେଶର ହିରୋ ସେନା ବିଶେଷ କରି ଏହି ଯୋଦ୍ଧାଙ୍କୁ ଜନ୍ମ ଦେଇଥିବା ସେ ମାଆମାନଙ୍କୁ ସ୍ମରଣ କରିବାକୁ ଚାହିଁଥିବା କହିଛନ୍ତି ମୋଦି । ଝାନସି ରାଣୀ ଲକ୍ଷ୍ମୀବାଈଙ୍କ ଅବଦାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କ୍ଷମତାରେ ରହିବାକୁ ଚାହୁଁଛି ନାଁ ଭବିଷ୍ୟତରେ । ଦେଶବାସୀଙ୍କୁ ପ୍ରଧାନ ସେବକ ଭାବେ ସେବା ଯୋଗାଇବା ମୋର ପ୍ରଥମ ଲକ୍ଷ୍ୟ । ବିଭିନ୍ନ ସରକାରୀ ଯୋଜନାରେ ଆମେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ । ଏହା ମୋତେ ଆତ୍ମସନ୍ତୋଷ ଦେଇଛି । ଯାହା ମୁଁ ଜୀବନରେ ଖୋଜିଥିଲି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହିତ ସବକା ସାଥ ଓ ସବକା ବିକାଶ ବିଷୟରେ ମଧ୍ୟ କହିଛନ୍ତି । ଜାଲନରେ ଥିବା ଏକ ପାରମ୍ପରିକ ନୁନ ନଦୀ ବିଷୟରେ କହି ମୋଦି କହିଛନ୍ତି ଏହି ନଦୀ ଚାଷୀଙ୍କ ପାଇଁ ପାଣି ପ୍ରମୁଖ ଉତ୍ସ ଥିଲା । ହେଲେ ଧୀରେ ଧୀରେ ଏହା ହଜିଯିବାକୁ ଲାଗିଲା । ଜାଲନର ଲୋକ ଏହି ନଦୀକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କଲେ । ଚଳିତ ବର୍ଷ ମାର୍ଚ୍ଚରେ ଏ ନେଇ ଏକ କମିଟି ଗଠନ କରାଗଲା । ହଜାର ହଜାର ଲୋକ ଏହି ଅଭିଯାନରେ ଯୋଗ ଦେଲେ । ଆଉ ଆଜି ଏହି ନଦୀ ପୁଣି ଜୀବିତ ହୋଇଛି । ଚାଷୀଙ୍କୁ ସହାୟ ହୋଇଛି । ଏହା ପ୍ରମାଣିତ କରିଛି ଯେ ମନରୁ କଛି ବି କରିବାକୁ ଭାବିନିଅ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ ।

ପ୍ରକୃତିର ସଂରକ୍ଷଣ କଲେ ପ୍ରତିବଦଳରେ ପ୍ରକୃତି ଆମକୁ ସୁରକ୍ଷା ଦେଇଥାଏ । ଆମ ଜୀବନରେ ଏହାକୁ ଅନୁଭବ କରିଛେ । ତାମିଲନାଡୁର ତୁତୁକୁଡି ଜିଲ୍ଲାର ଉଦାହରଣ ଦେଇଛନ୍ତି ମୋଦି । ଜିଲ୍ଲାର କିଛି ଲୋକ ଓ ବିଶେଷଜ୍ଞନମାନେ ସମୁଦ୍ର କୂଳରେ ବୃକ୍ଷରୋପଣ କରି ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇବାର ବାଟ ବାଛିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରକୃତିର ସନ୍ତୁଳନ ରକ୍ଷା ନ ହେଲେ ଆମ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ପ୍ରକୃତି ମାଆ ଭଳି ଆମର ସେବା କରେ ଏବଂ ଆମ ଦୁନିଆରେ ନୂଆ ନୂଆ ରଙ୍ଗ ଭରିଥାଏ ତେଣୁ ପ୍ରକୃତିର ସୁରକ୍ଷା ନିହାତି ଆବଶ୍ୟକ ।

ଆୟୁଷ୍ମାନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ମୋଦି । ଏହି ଯୋଜନାରେ ଚିକିତ୍ସିତ ହୋଇ ନୂଆ ଜୀବନ ପାଇଥିବା ଦୁଇଜଣ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସବୁ ଦେଶରେ ତିନୋଟି ଜିନିଷ ଗୁରୁତ୍ବ ବହନ କରିଥାଏ । ପ୍ରଥମ ଯୋଜନା ଓ ଉଦଭାବନ ଦ୍ବିତୀୟ ଚ୍ୟାଲେଞ୍ଜ ଗ୍ରହଣ କରିବାର ଉତ୍ସାହ ଓ ଡୁ ଇଟ ସ୍ମିରିଟ । ଯେ କୌଣସି ପରିସ୍ଥିତ ହେଉ ନା କାହିଁକି କିଛି କରିବାକୁ ଭାବି ନେଲେ ଚମତ୍କାର ସୁଫଳ ମିଳିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଯୁବଶକ୍ତି ଦେଶ ସମସ୍ୟାର ବାଟ କାଢିଛନ୍ତି । ଷ୍ଟାର୍ଟଅପରେ ଭାରତ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । ଏହା ସହିତ କୋରୋନା ବିପଦ ଏବେ ବି ଟଳି ନାହିଁ ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି ମୋଦି ।

ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯାଏ ।

@ANI

ABOUT THE AUTHOR

...view details