ଓଡିଶା

odisha

ଦେଶ ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା: ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ

By

Published : Oct 1, 2021, 10:16 AM IST

ଦେଶର ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା ରହିବ, ବାୟୁସେନା ମୁଖ୍ୟ ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି ଏପରି କହିଲେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ଅଧିକ ପଢନ୍ତୁ...

My 1st priority would be to ensure that safety of the nation says IAF Chief VR Chaudhari
ଦେଶର ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା: ବାୟୁସେନା ମୁଖ୍ୟ ଭି.ଆର ଚୌଧରୀ

ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟ ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖିଲେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ଦେଶର ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, 'ବାୟୁ ଶକ୍ତିର ଉପଯୁକ୍ତ ଏବଂ ସଠିକ୍ ବ୍ୟବହାର ଦ୍ୱାରା ଦେଶର ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯିବ । ଦ୍ୱିତୀୟତଃ, ଭବିଷ୍ୟତର ଯୁଦ୍ଧ ଆହ୍ବାନ ନେବାକୁ ଆମର ସମସ୍ତ ସୈନିକଙ୍କୁ ତାଲିମ, ପ୍ରେରଣା ଏବଂ ପ୍ରସ୍ତୁତ ରହିବା ଦିଗରେ ଗୁରୁତ୍ବ ଦିଆଯିବ । ପରବର୍ତ୍ତୀ ସମୟରେ, ଆମକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ 'ଆତ୍ମନିର୍ଭର ଭାରତ' ଦିଗରେ ବିଶାଳ ପଦକ୍ଷେପ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ:-୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ

ତେବେ ଗତକାଲି(ଗୁରୁବାର) ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ଦେଶର 27ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

@ANI

ABOUT THE AUTHOR

...view details