ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ମେଣ୍ଟରୁ (MVA) ସମର୍ଥନ ପ୍ରତ୍ୟାହାର କଲେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ସିନ୍ଦେଙ୍କ ସମେତ ଶିବସେନାର 38 ବିଦ୍ରୋହୀ ବିଧାୟକ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଫଳରେ ପରେ ବହୁମତ ହରାଇଛି ମହାବିକାଶ ଅଘାଡି ମେଣ୍ଟ । ସର୍ବୋଚ୍ଚ କୋର୍ଟରେ ରାୟ ଆସିବା ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ଏପରି ସ୍ଥଳେ ଅଳ୍ପମତରେ ପରିଣତ ହୋଇ ସାରିଥିବା ଉଦ୍ଧବ ସରକାରର ବିଘଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ବହୁମତ ହରାଇଲା MVA ମେଣ୍ଟ: ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଧାୟକ - MVA ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଧାୟକ
ବହୁମତ ହରାଇଲା ମହାରାଷ୍ଟ୍ରରେ କ୍ଷମତାସୀମ ମହାବିକାଶ ଅଘାଡି ମେଣ୍ଟ । ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଦ୍ରୋହୀ ବିଧାୟକ । ଅଧିକ ପଢନ୍ତୁ
ବହୁମତ ହରାଇଲା MVA ମେଣ୍ଟ: ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଧାୟକ
ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ନେଉଥିବା ଏକନାଥ ସିନ୍ଦେଙ୍କ ଗଡ ଥାଣେରେ ସମର୍ଥକମାନେ ଏକାଠି ହେବା ଆରମ୍ଭ କରିଛନ୍ତି । ହଜାର ହଜାର ସମର୍ଥକ ସିନ୍ଦେଙ୍କ ବାସଭବନ ସାମ୍ନାରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ସିନ୍ଦେ ଦାଏର କରିଥିବା ନୋଟିସ ଖାରଜ ଆବେଦନର ଆଜି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 27, 2022, 2:13 PM IST