ଓଡିଶା

odisha

By

Published : Jul 12, 2023, 7:24 PM IST

ETV Bharat / bharat

ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ମୁସଲିମ୍‌ ଯୁବକଙ୍କ ଦରଖାସ୍ତ, ପୋଲ୍‌ ଖୋଲିଦେଲେ ପତ୍ନୀ

ହିନ୍ଦୁଧର୍ମ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇ ଚର୍ଚ୍ଚାରେ ମୁସଲିମ ଯୁବକ । ପତ୍ନୀ ଆଣିଲେ ହିନ୍ଦୁ ଯୁବତୀଙ୍କୁ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ । ଅଧିକ ପଢନ୍ତୁ

ହିନ୍ଦୁଧର୍ମ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ, ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ହିନ୍ଦୁଧର୍ମ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ, ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଲକ୍ଷ୍ନୌ:ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ । ସେ ସ୍ବଇଚ୍ଛାରେ ହିନ୍ଦୁଧର୍ମ ଗ୍ରହଣ କରିବାକୁ ଚାହୁଁଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ । ଏକଥା ଜଣାପଡିବା ପରେ ସାମ୍ନାକୁ ଆସିଲେ ସମ୍ପୃକ୍ତ ଯୁବକଙ୍କ ପତ୍ନୀ । ଆଣିଲେ ସାଙ୍ଘାତିକ ଷଡୟନ୍ତ୍ରର ଅଭିଯୋଗ । ଜଣାପଡିଲା ଯୁବକଜଣଙ୍କ ବିବାହିତ ଓ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ପତ୍ନୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀଙ୍କର ଅନ୍ୟ ଜଣେ ହିନ୍ଦୁ ଯୁବତୀଙ୍କ ସହ ସମ୍ପର୍କ ଅଛି । ସମ୍ପୃକ୍ତ ଯୁବତୀ ବିବାହ କରିବାକୁ ଓ ସେ ଲଭ ଜିହାଦରୁ ବର୍ତ୍ତିବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି । ଏପରି ଅଭିଯୋଗ ସହ ଯୁବକଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଖୁଲାସା ହେବା ପରେ ପ୍ରଶାସନ ଓ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ମୋରଦାବାଦରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ମୋରାଦାବାଦର ସ୍ଥାନୀୟ ଅମୀର ଅଲ୍ଲୀ ନାମକ ଜଣେ ମୁସଲମାନ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ସେ ନିଜକୁ ଅମୀର ଅଲ୍ଲୀରୁ ଅମିତ ମହେଶ୍ୱରୀ ଭାବେ ମଧ୍ୟ ସ୍ବଘୋଷିତ ଭାବେ ନାମିତ ମଧ୍ୟ କରିଥିଲେ । ହେଲେ ଯୁବକଙ୍କ ପତ୍ନୀ ମେହକ ଓରଫ ଗୁଲାଫସା ସ୍ବାମୀଙ୍କର ଏପରି କାରନାମା ସମ୍ପର୍କରେ ଜାଣିବା ପରେ ଗଣମାଧ୍ୟମରେ ଲଭ ଜିହାଦ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ମେହକ କହିଛନ୍ତି, ସେ ଅମୀର ଅଲ୍ଲୀଙ୍କୁ 2022 ଫେବୃଆରୀ 14 ତାରିଖରେ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ବିବାହର ବର୍ଷ ପରେ ସେ ସ୍ବାମୀ ଅମୀରଙ୍କର ଅନ୍ୟ ଜଣେ ହିନ୍ଦୁ ଯୁବତୀଙ୍କ ସହ ପରକୀୟା ପ୍ରୀତି ଥିବା ଜାଣିବାକୁ ପାଇଥିଲେ । ଉଭୟଙ୍କ ମଧ୍ଯରେ ତିକ୍ତତା ମଧ୍ୟ ସୃଷ୍ଟି ହୋଇଥିଲା । ପରେ ସ୍ବାମୀ ଅମୀର କହିଥିଲେ, ସମ୍ପୃକ୍ତ ହିନ୍ଦୁ ଯୁବତୀ ତାଙ୍କୁ ବିବାହ ପାଇଁ ଚାପ ପକାଉଛି ଓ ବ୍ଲାକମେଲ ମଧ୍ୟ କରୁଛି । ଏକଥା ସେ ଶାଶୁଘର ଲୋକଙ୍କୁ ଜଣାଇଥିଲେ ସୁଦ୍ଧା ସେମାନେ ଚୁପ ରହିବା ପାଇଁ ପାଲଟା ମେହେକଙ୍କ ଉପରେ ଚାପ ପକାଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ଅତିଷ୍ଠ କଲା ନ୍ୟୁଡ୍ କଲ୍ ବ୍ଲାକମେଲିଂ, ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ

ପରେ ମେହକ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ବାମୀ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦରଖାସ୍ତ ଦେଇଛନ୍ତି । ତେଣୁ ସେ ଗଣମାଧ୍ୟମ ସମ୍ମୁଖକୁ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ହସ୍ତକ୍ଷେପ କରିବା ସହ ଅମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ । ପତ୍ନୀଙ୍କର ଏପରି ଅଭିଯୋଗ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଯୁବକ ଅମୀର ଓ ତାର ପରିବାର ସଦସ୍ୟ ଗାଁ ଛାଡି ଫେରାର ହୋଇଯାଇଛନ୍ତି । କୌଣସି ପ୍ରକାର ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କାରେ ସମ୍ପୃକ୍ତ ଯୁବକଙ୍କ ଘର ସାମ୍ନାରେ ପୋଲିସ ମୁତୟନ ହୋଇଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details