ଓଡିଶା

odisha

ETV Bharat / bharat

ବାରଣାସୀରେ ମୁସଲିମ ମହିଳା ପାଳିଲେ ରାମନବମୀ - ମୁସଲିମ ମହିଲା ପାଳିଲେ ରାମନବମୀ

ବାରଣାସୀରେ ମୁସଲମାନ ମହିଳାମାନେ ପାଳିଲେ ପବିତ୍ର ରାମନବମୀ । ଏହାସହ ଊର୍ଦ୍ଦୁରେ ଲେଖା ହୋଇଥିବା ରାମଙ୍କ ସ୍ତୁତିକୁ ପଢ଼ିଥିଲେ । ଅଧିକ ପଢ଼ନ୍ତୁ

ବାରଣାସୀରେ ମୁସଲିମ ମହିଳା ପାଳିଲେ ରାମନବମୀ
ବାରଣାସୀରେ ମୁସଲିମ ମହିଳା ପାଳିଲେ ରାମନବମୀ

By

Published : Apr 10, 2022, 10:17 PM IST

ବାରାଣସୀ :ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କାଶୀରେ ରାମନବମୀ ପର୍ବର ଅଦ୍ଭୁତ ପରମ୍ପରା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରାମନବମୀରେ ଦେଖିବାକୁ ମିଳିଛି ଭିନ୍ନ ପୂଜା । ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ମହିଳାମାନେ ଏକାଠି ହୋଇ ଭଗବାନ ଶ୍ରୀରାମଙ୍କ ଆଳତି କରିବା ସହ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ବିଶେଷ କଥା ହେଉଛି, ମୁସଲମାନ ମହିଳାମାନେ ଆଳତି ସମୟରେ ଊର୍ଦ୍ଦୁ ଭାଷାରେ ଲେଖାଯାଇଥିବା ଭଜନ ଗାଉଥିଲେ। ଏହାସହିତ ଶ୍ରୀରାମଙ୍କୁ ଊର୍ଦ୍ଦୁରେ ଫୁଲ ସହିତ ଲେଖି ଏକ ସାଜସଜ୍ଜା ପ୍ରଦୀପ ପ୍ରସ୍ତୁତ କରାଯାଇଥିଲା । ଯାହାକି ନବମୀ ପୂଜା ଅବସରରେ ଆକର୍ଷଣର କେନ୍ଦ୍ର ହୋଇ ରହିଥିଲା ।

ବାରଣାସୀରେ ମୁସଲିମ ମହିଳା ପାଳିଲେ ରାମନବମୀ

କାଶୀ ଧର୍ମ ପରିଷଦର ସଭାପତି ମହନ୍ତ ବାଲାକ ଦାସ କହିଛନ୍ତି ଯେ ଭଗବାନ ଶ୍ରୀରାମ ସଂସ୍କୃତିର ଅବିଭକ୍ତ ବ୍ରହ୍ମାଣ୍ଡର ମର୍ଯ୍ୟାଦା ପୁରୁଷ ଅଟନ୍ତି । ତାଙ୍କଠାରୁ କେହି ଅଲଗା ନୁହଁନ୍ତି । ରାମ ବିନା ଅଖଣ୍ଡ ଭାରତର ଲୋକଙ୍କର କୌଣସି ପରିଚୟ ନାହିଁ । ମୁସଲମାନ ମହିଳାମାନଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ଇସଲାମିକ ମୌଳିକବାଦୀଙ୍କ ପାଇଁ ଏକ ଶିକ୍ଷା ଅଟେ । ଯିଏ ଘୃଣା ଛାଡି ରାମଙ୍କ ପଥ ଅନୁସରଣ କରେ, ସେ ସମସ୍ତ ମନ୍ଦତାରୁ ରକ୍ଷା ପାଇବ ।

ବାରଣାସୀରେ ମୁସଲିମ ମହିଳା ପାଳିଲେ ରାମନବମୀ

ସେହିପରି ମୁସଲିମ ମହିଳା ଫାଉଣ୍ଡେସନର ରାଷ୍ଟ୍ରୀୟ ସଭାପତି ନଜିନ ଅନସାରୀ କହିଛନ୍ତି ଲୋକଙ୍କ ମନରୁ ଘୃଣା କାଢ଼ିବା ପାଇଁ ନାଜନିନ୍ ଅନସାରୀ ସଙ୍କଟମୋଚନ ମନ୍ଦିରକୁ ଯାଇ ମନ୍ଦିର ପରିସରରେ ହନୁମାନ ଚାଳିସା ପାଠ କରିଥିଲେ । ସେହି ଦିନଠାରୁ ପ୍ରତିବର୍ଷ ଭଗବାନ ଶ୍ରୀ ରାମଙ୍କୁ ପୂଜା କରନ୍ତି ।

ନଜିନ ଅନସାରୀ ଆହୁରି ମଧ୍ୟ କହିଛନ୍ତି ଯେ ଭଗବାନ ଶ୍ରୀ ରାମଙ୍କଠାରୁ ଅଲଗା ହୋଇଥିବା ଭରତ ଭୁମିର ଅଂଶ ଆଜି ଘୃଣା, ହିଂସା ଏବଂ ଦାରିଦ୍ର୍ୟର ସମ୍ମୁଖୀନ ହେଉଛି । ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ସମସ୍ତେ ହିଂସାର ନିଆଁରେ ଜଳୁଛନ୍ତି କାରଣ ସେମାନେ ସମସ୍ତେ ନିଜ ପୂର୍ବ ପୁରୁଷଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଆଜିର ତାରିଖରେ ଯଦି ଏହି ଦେଶ ଗୁଡ଼ିକ ଭଗବାନ ଶ୍ରୀରାମଙ୍କୁ ପ୍ରଶଂସା ଓ ପଥ ଅନୁସରଣ କରନ୍ତି, ତେବେ ସେମାନେ ପୁନର୍ବାର ଶାନ୍ତି ଏବଂ ସମୃଦ୍ଧତା ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details