ବେଙ୍ଗାଲୁରୁ: କଥାରେ ଅଛି ଦାନ ମହତ ପୁଣ୍ୟ । କିନ୍ତୁ ଆଜିକା ସମାଜରେ ଇଞ୍ଚେ ଜାଗା ପାଇଁ ଅନେକଙ୍କ ଜୀବନ ଯାଉଛି । ଚିକ୍କମାଗାଲୁରୁ ଜଣେ ବ୍ୟକ୍ତି ୪.୫ ଏକର ଜମି ଦାନ କରି ମହାନତାର ପରିଚୟ ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚିକ୍କମାଗାଲୁରୁର ବାସିନ୍ଦା ମହମ୍ମଦ ନାସିର ହେଉଛନ୍ତି ଜଣ କଫି ବ୍ୟବସାୟୀ । ଯିଏକି ଅନ୍ୟମାନଙ୍କ ସେବା କରିବା ପାଇଁ ୨ କୋଟିରୁ ଅଧିକ ଟଙ୍କାର ଜମି ଦାନ କରିଛନ୍ତି । ମହମ୍ମଦ ନାସିର ଗୋଶାଳା, ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଏବଂ ପଞ୍ଚାମୁଖୀ ମନ୍ଦିର ପାଇଁ ୪.୫ ଏକର ଜମି ଦାନ କରିଛନ୍ତି । କାଦୁରୁ-ମାଙ୍ଗାଲୋର ଜାତୀୟ ରାଜପଥ 173ର ପାର୍ଶ୍ୱରେ ଥିବା ଜମି ଦାନ କରିଥିବା ବେଳେ ଯାହାର ମୂଲ୍ୟ ୨ କୋଟିରୁ ଅଧକ ହେବା ନେଇ ସୂଚନା ରହିଛି । ସ୍ବାମୀ ସମରଥ ରାମାଡାସା ଟ୍ରଷ୍ଟକୁ ଏହି ଜମି ଦାନ କରିଛନ୍ତି ବ୍ୟବସାୟୀ ।
ଏନେଇ ନାସିର କହିଛନ୍ତି ଯେ, "ମୁଁ ମୋର କିଛି ଜାଗାକୁ ସ୍ବାମୀ ସମରଥ ରାମାଡାସା ଟ୍ରଷ୍ଟକୁ ଦାନ କରିଛି । ମଙ୍ଗଳକାର୍ଯ୍ୟ ପାଇଁ ସେମାନେ ଯାହା ଚାହିଁବେ ଏହି ଜାଗାର ବ୍ୟବହାର କରିପାରିବେ । ଯେପରି ଜଣେ ମନୁଷ୍ୟ ନିଜ ମାଆର କରଜ ସୁଝିପାରେ ନାହିଁ ସେଭଳି ଜଣେ ଗୋମାତାର ମଧ୍ୟ ଋଣ ପରିଶୋଧ କରିପାରିବ ନାହିଁ । ମୁଁ ମୋର ମାଆର ଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରିଥିଲି କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା । ଯେତେବେଳେ ମୋ ମା କର୍କଟ ରୋଗରେ ପୀଡିତ ଥିଲେ, ସେ ଗୋମୁତ୍ର ପିଇ ଭଲ ହୋଇଯାଇଥିଲେ । ତେଣୁ ମୋତେ ଗୋମାତାର ଋଣ ପରିଶୋଧ କରିବାକୁ ପଡିବ । କିନ୍ତୁ ଏହି ଋଣ ମଧ୍ୟ ପରିଶୋଧ କରିହେବ ନାହିଁ । ତଥାପି କିଛି ପରିମାଣରେ ଋଣ ପରିଶୋଧ କରିପାରିବି ଭାବି ୪.୫ ଏକର ଜମି ଟ୍ରଷ୍ଟିକୁ ଦାନ କରିଛି । ଗୋସେବା ପାଇଁ ଯାହା ବି କରିବାକୁ ହେବ ମୁଁ ପ୍ରସ୍ତୁତ ।"
ଏହା ମଧ୍ୟ ପଢନ୍ତୁ: Nobel Prize In Literature 2022: ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ନୋବେଲ