ଓଡିଶା

odisha

ETV Bharat / bharat

ସ୍ବପ୍ନରେ ଆସିଲେ ଭଗବାନ କୃଷ୍ଣ, ୪୦ ଲକ୍ଷରେ ଭବ୍ୟ ମନ୍ଦିର ତୋଳିଲେ ନୌଶାଦ ଶୈଖ - ୪୦ ଲକ୍ଷରେ ଶ୍ରୀକୃଷ୍ଣଙ୍କ ମନ୍ଦିର ନିର୍ମାଣ କଲେ ମୁସଲିମ ବ୍ୟକ୍ତି

ଜଣେ ମୁସଲିମ ବ୍ୟକ୍ତିଙ୍କ ସ୍ବପ୍ନରେ ଆସିଲେ କୃଷ୍ଣ ଭଗବାନ । ଆଉ ଏହା ପରେ କୃଷ୍ଣ ଭଗବାନଙ୍କ ମନ୍ଦିର ତିଆରି କରିବାକୁ ସ୍ଥିର କରି ନେଲେ ବ୍ୟକ୍ତି ଜଣଙ୍କ । ମୁସଲିମ ସମ୍ପ୍ରଦାୟ ହୋଇ ମଧ୍ୟ ୪୦ ଲକ୍ଷ ଖର୍ଚ୍ଚ କରି ଭଗବାନ ଶ୍ରୀକୃଷ୍ଣଙ୍କର ପାର୍ଥ ସାରଥି ମନ୍ଦିର ନିର୍ମାଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ

୪୦ ଲକ୍ଷରେ ଜଣେ ମୁସଲିନ ନିର୍ମାଣ କଲେ କୃଷ୍ଣ ମନ୍ଦିର
୪୦ ଲକ୍ଷରେ ଜଣେ ମୁସଲିନ ନିର୍ମାଣ କଲେ କୃଷ୍ଣ ମନ୍ଦିର

By

Published : Feb 15, 2022, 9:28 AM IST

ରାଞ୍ଚି: ଜଣେ ମୁସଲିମ ବ୍ୟକ୍ତିଙ୍କ ସ୍ବପ୍ନରେ ଆସିଲେ କୃଷ୍ଣ ଭଗବାନ । ଆଉ ଏହା ପରେ କୃଷ୍ଣ ଭଗବାନଙ୍କ ମନ୍ଦିର ତିଆରି କରିବାକୁ ସ୍ଥିର କରି ନେଲେ ବ୍ୟକ୍ତି ଜଣଙ୍କ । ମୁସଲିମ ସମ୍ପ୍ରଦାୟ ହୋଇ ମଧ୍ୟ ୪୦ ଲକ୍ଷ ଖର୍ଚ୍ଚ କରି ଭଗବାନ ଶ୍ରୀକୃଷ୍ଣଙ୍କର ପାର୍ଥ ସାରଥି ମନ୍ଦିର ନିର୍ମାଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଝାଡଖଣ୍ଡ ଦୁମକାରେ ସାମ୍ପ୍ରତିକ ସଦଭାବ ମଧ୍ୟରେ ହୃହୟକୁ ଛୁଇଁବା ଭଳି ଏହି ଘଟଣା ସାମ୍ନାକୁ ଆସିଛି ।

ଦୁମକାର ରାନିଶ୍ବରର ହାମିଦପୁରରେ ରହୁଥିବା ଜମେ ମୁସଲିମ ବ୍ୟକ୍ତି ନୌଶାଦ ଶେଖ ଭାଗବାନ ଶ୍ରୀକୃଷ୍ଣଙ୍କ ଭବ୍ୟ ମନ୍ଦିର ନିର୍ମାଣ କରୁଛନ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏ ନେଇ ନୌଶାଦ କହିଛନ୍ତି ୨୦୧୯ରେ ''ମୁଁ ପଶ୍ଚିମବଙ୍ଗର ମାୟାପୁରୀ ବୁଲି ଯାଇଥିଲି '' । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ମୋ ସ୍ବପ୍ନରେ ଆସିଥିଲେ । ଏହା ପରେ ରାନିଶ୍ବରରେ ଶ୍ରୀକୃଷ୍ଣଙ୍କ ମନ୍ଦିର ବନାଇବାକୁ ଚିନ୍ତା କଲି ।

ପ୍ରଥମେ ଏଠାରେ ଖୋଲା ଆକାଶ ତଳେ ପୂଜା ପାଉଥିଲେ ଭଗବାନ । ଏଠାରେ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମରତ ଥିବା କହିଛନ୍ତି ନୌଶାଦ ଶେଖ । ସେ ଆହୁରି କହିଛନ୍ତି ଦୀନଦୁଃଖୀଙ୍କ ସେବା କରିବା ଲାଗି ଇସଲାମ ଧର୍ମରେ ଲେଖାଅଛି । ଏହାସହ ସବୁ ଧର୍ମର ସମ୍ମାନ କରିବାକୁ ବି କୁହାଯାଇଛି । ତାକୁ ହିଁ କର୍ମରେ ପରିଣତ କରୁଛି ବୋଲି କହିଛନ୍ତି ନୌଶାଦ । ମନ୍ଦିର ସହ କୀର୍ତ୍ତନ ମଣ୍ଡପ, ରୋଷେଇ ଘର ଓ ପୁରୋହିତଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ମଧ୍ୟ ତିଆରି ହେଉଛି ।

ସମ୍ପ୍ରଦାୟକୁ ନେଇ ଲଢିବାର ଅନେକ ଘଟଣା ନଜରକୁ ଆସିଛି । ହେଲେ ନୌଶାଦଙ୍କ ସବୁ ଧର୍ମକୁ ସମ୍ମାନ ଦେବା ଓ କୃଷ୍ଣ ଭଗବାନଙ୍କ ମନ୍ଦିର ନିର୍ମାଣ କରିବା ବାସ୍ତବରେ ଚର୍ଚ୍ଚାର ବିଷୟ ପାଲଟିଛି ।

For All Latest Updates

TAGGED:

ABOUT THE AUTHOR

...view details