ମୁମ୍ବାଇ:ମହାରାଷ୍ଟ୍ରର ନାସିକରେ ଜଣେ ମୁସଲିମ ଯୁବକଙ୍କୁ ଗୋମାଂସ ଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସ୍ଥାନୀୟ ଏକ ଗ୍ରାମର ଉତ୍ୟକ୍ତ ଲୋକେ ଏକ କାରରେ ଗୋମାଂସ ନେଇ ଯାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ, ଗୋମାଂସ ଓ ଉକ୍ତ କାରକୁ ମଧ୍ୟ ଜବତ କରିଛି ।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ମୃତ ଯୁବକ 32 ବର୍ଷୀୟ ଅଫନ ଅନସାରୀ ଓ ସେ ମୁମ୍ବାଇର କୁର୍ଲାର ବାସିନ୍ଦା । ଅଫନ ତାର ଅନ୍ୟଜଣେ ସହଯୋଗୀ ନାସିର ଶେଖ ସହ ଏକ କାରରେ ମାଂସ ନେଇ ଯାଉଥିଲେ । ଏହି ସମୟରେ ତାଙ୍କୁ କିଛି ଗୋସୁରକ୍ଷା ବାହିନୀର ସଦସ୍ୟ ସେମାନଙ୍କୁ ରୋକିବା ସହ ସେମାନଙ୍କ କାର ଯାଞ୍ଚ କରିଥିଲେ । ଏଥିରେ ଗୋମାଂସ ଥିବା ଜଣାପଡିବା ପରେ ଏକାଠି ହୋଇଥିବା ଗୋସୁରକ୍ଷା ସଦସ୍ୟମାନେ ଉତ୍ୟକ୍ତ ହୋଇପଡିଥିଲେ । ଉଭୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସଠାରେ ଅଫନ ଅନସାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଗୁରୁତର ଏବେ ମଧ୍ୟ ଚିକିତ୍ସା ହେଉଛନ୍ତି । ହେଲେ ଏହା ଲ୍ୟାବ ରିପୋର୍ଟ ଆସିବା ପରେଏହା ଗୋମାଂସ କି ଅନ୍ୟ କିଛି ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।