ଓଡିଶା

odisha

ETV Bharat / bharat

Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ଗତକାଲି ରାତିରେ ବସିଥିବା ବୈଠକରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଉପରେ ଆଲୋଚନା କରାଯାଇଥିଲା ।

Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ
Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ

By

Published : Jun 28, 2023, 3:53 PM IST

Updated : Jun 28, 2023, 4:35 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆବଶ୍ୟକତା ନେଇ ମନ୍ତବ୍ୟ ଦେବା ପରେ ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଜରୁରୀ ବୈଠକ ଡାକିଛି ମୁସଲିମ ପର୍ସନାଲ ଲ’ ବୋର୍ଡ । ବୋର୍ଡର ସଦସ୍ୟମାନେ ପ୍ରାୟ 3 ଘଣ୍ଟା ଧରି ଏହା ଉପରେ ଆଲୋଚନା କରିଥିଲେ । ବୈଠକରେ ୟୁନିଫର୍ମ ସିଭିଲ କୋଡର ଆଇନଗତ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ବୋର୍ଡ ସହିତ ଜଡିତ ଆଇନଜୀବୀ ସଦସ୍ୟମାନଙ୍କ ମଧ୍ୟ ସେମାନଙ୍କ ମତ ଉପସ୍ଥାପନ କରିଥିବା ସୂଚନା ମିଳିଛି ।

ବୋର୍ଡ ଏହି ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ଡ୍ରାଫ୍ଟ ପ୍ରସ୍ତୁତ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଚାର ବିମର୍ଶ କରି ଡ୍ରାଫ୍ଟ ପ୍ରସ୍ତୁତ ଶେଷ ହେବା ପରେ ବୋର୍ଡ କାର୍ଯ୍ୟକର୍ତ୍ତା ଆଇନ ଆୟୋଗର ଅଧ୍ୟକ୍ଷଙ୍କୁ ଭେଟିବା ପାଇଁ ସମୟ ମାଗିବେ । ଏହି ସମୟ ମଧ୍ୟରେ ବୋର୍ଡ ଏହାର ଡ୍ରାଫ୍ଟ ଆଇନ ଆୟୋଗ ନିକଟରେ ଦାଖଲ କରିବ । ଏହି ଡ୍ରାଫ୍ଟରେ ଶରିୟତର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଉଲ୍ଲେଖ କରାଯିବ ବୋଲି କୁହାଯାଉଛି । ଗତକାଲି ରାତିରେ ବସିଥିବା ବୈଠକରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଉପରେ ଆଲୋଚନା କରାଯାଇଥିଲା । ସଂସଦରେ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗକୁ ମିଳିତ ଭାବେ ଉଠାଇବାକୁ ବିରୋଧୀଙ୍କୁ ମଧ୍ୟ ଅନୁରୋଧ କରାଯିବା ନେଇ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ।

ଗତକାଲି ଭୋପାଳରେ ଏକ ଦଳୀୟ ସମେବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ସିଧା ମନ୍ତବ୍ୟ ରଖିଥିଲେ । କୌଣସି ଦେଶ ଦୁଇଟା ଆଇନ ଚାଲିପାରିବ ନାହିଁ । ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ ବୋଲି ମୋଦି କହିଥିଲେ । ଦେଶକୁ ଏକ ପରିବାର ସହ ତୂଳନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ପରିବାର ମଧ୍ୟରେ କେବେ ହେଲେ ଦୁଇ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ହୋଇନପାରେ । ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ରହିବା, ଯାହା ଧର୍ମ ଉପରେ ଆଧାରିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Uniform Civil Code: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସଙ୍କେତ, ଦୁଇଟି ଆଇନରେ ଦେଶ ଚାଲିପାରିବ ନାହିଁ

ପ୍ରଧାନମନ୍ତ୍ରୀଙ୍କର ଏପରି ସ୍ପଷ୍ଟ ସଙ୍କେତ ପରେ ଏହା ଖୁବଶିଘ୍ର ସମଗ୍ର ଦେଶରେ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମୁସଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ନିଜର ଆଇନଗତ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ଡ୍ରାଫ୍ଟ ପ୍ରସ୍ତୁତ କରି ବୋର୍ଡ ଲ’ କମିଶନଙ୍କ ସହ ଆଲୋଚନା କରିବାକୁ ଯାଉଛି । ଏହା ପରେ ସେମାନେ ବିରୋଧୀଙ୍କର ମଧ୍ୟ ସହଯୋଗ ଲୋଡିବା ନେଇ ଆଲୋଚନା କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2023, 4:35 PM IST

ABOUT THE AUTHOR

...view details