ମୁମ୍ବାଇ: ମହାରାଷ୍ଟ୍ର ୱାସିମ ଜିଲ୍ଲାରେ ନିଟ ପରୀକ୍ଷା (NEET Exam) ବେଳେ ହିଜାବକୁ ନେଇ ବିବାଦ । ସ୍ଥାନୀୟ ମାତୋଶ୍ରୀ ଶାନ୍ତାବାଇ ଗୋତେ କଲେଜରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ହିଜାବ ପରିଧାନ କରି ଆସିଥିବା ଜଣେ ସଂଖ୍ୟାଲଘୁ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରେ ହିଜାବ ହଟାଇବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାପ ପକାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ସମ୍ପର୍କୀୟ । ତେବେ ଏନେଇ ଏକ ଅଭିଯୋଗ ସ୍ଥାନୀୟ ୱାଶିମ ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଛି ।
NEET Examination: ପରୀକ୍ଷା କେନ୍ଦ୍ରରେ ହିଜାବ ବିବାଦ, ଥାନାରେ ଏତଲା
NEET ପରୀକ୍ଷା କେନ୍ଦ୍ରକୁ ହିଜାବ ପିନ୍ଧି ଆସି ହଟହଟ୍ଟା ହେଲେ ସଂଖ୍ୟାଲଘୁ ଛାତ୍ରୀ । କେନ୍ଦ୍ରରେ ପ୍ରବେଶ ପୂର୍ବରୁ ହିଜାବ ବାହାର କରିବାକୁ କଲେଜ କର୍ତ୍ତୃପକ୍ଷ ଚାପ ପକାଇଥିବା ଅଭିଯୋଗ ନେଇ ଥାନାରେ ଦ୍ବାରସ୍ଥ ହେଲେ ଅଭିଭାବକ । ଅଧିକ ପଢନ୍ତୁ
NEET examination: ପରୀକ୍ଷା କେନ୍ଦ୍ରରେ ହିଜାବ ବିବାଦ
ପୋଲିସରେ ଛାତ୍ରୀଙ୍କ ପରିବାର କରିଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ପରୀକ୍ଷା କେନ୍ଦ୍ରର ଅଧିକାରୀମାନେ ଛାତ୍ରୀଙ୍କୁ ହିଜାବ ଖୋଲିବାକୁ ବାଧ୍ୟ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏପରିକି ଛାତ୍ରୀଜଣଙ୍କ ଏପରି କରିବାକୁ ସହମତ ନହେଲେ ହିଜାବକୁ କଇଁଚିରେ କାଟିବାକୁ ସେମାନେ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ