ଲକ୍ଷ୍ନୌ: ଧରାପୃଷ୍ଠକୁ ଆବାହନ କରିଛନ୍ତି ଗଣନାଥ । ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ପାର୍ବତୀ ନନ୍ଦନଙ୍କ ଆଗମନରେ ସବୁଠି ଉତ୍ସବର ମାହୋଲ । ଭକ୍ତି ଓ ବିଶ୍ବାସରେ ଭଗବାନଙ୍କୁ ପୂଜା ପାଇଁ କୌଣସି ଜାତି ଧର୍ମର ଆବଶ୍ୟକ ନଥାଏ । ସେମିତି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅଲିଗଡରେ । କିଛି ଲୋକ ଧର୍ମକୁ ନେଇ ପରସ୍ପର ଭିତରେ ଲଢେଇ କରୁଥିବାବେଳେ କିଛି ଲୋକ ସବୁ ଧର୍ମକୁ ସମ୍ମାନ ମଧ୍ୟ କରନ୍ତି । ଅଲିଗଡର ଜଣେ ମୁସଲିମ ସମ୍ପ୍ରଦାୟ ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରି ପୂଜା କରୁଥିବା ଦେଖିବାକୁ ମିଳିଛି । ସାତ ଦିନ ପାଇଁ ତାଙ୍କ ଘରେ ଗଣନାଥଙ୍କୁ ସ୍ଥାପନା କରାଯାଇ ପୂଜା କରାଯିବ । ମୁସଲିମ ପରିବାରଙ୍କ ଏ କାର୍ଯ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇଛି ।
ଅଲିଗଡ ଥାନା ଦେହଲି ଗେଟ ଅଞ୍ଚଳରେ ରହୁଥିବା ବିଜେପି ମହିଳା ମୋର୍ଚ୍ଚାର ଜୟଗଞ୍ଜ ମଣ୍ଡଳ ଉପାଧକ୍ଷ୍ଯା ରୁବି ଆସିଫ ଖାନ ଓ ତାଙ୍କ ସ୍ବାମୀ ଆସିଫ ଭଗବାନ ଗଣେଶଙ୍କୁ ବଜାରରୁ କିଣି ଆଣିଛନ୍ତି । ବିଧିବିଧାନ ଅନୁସାରେ ଗଣେଶଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଛନ୍ତି । ରୁବି ଆସିଫ ଗଣେଶ ବନ୍ଦନା ମଧ୍ୟ ଗାଉଥିବା ଦେଖିବାକୁ ମିଳିିଛି । 7 ଦିନ ଧରି ମୁସଲିମ ପରିବାରଙ୍କ ଘରେ ପୂଜା ପାଇବେ ଗଜାନନ। ଅଷ୍ଟମ ଦିନ ବସର୍ଜନ ହେବେ ଲମ୍ବୋଦର । ରୁବି ଆସିଫ କହିଛନ୍ତି କୌଣସି ଜାତି, ଧର୍ମରେ କିଛି ଭେଦଭାବ ନାହିଁ । ସେ ସବୁ ଧର୍ମର ପର୍ବ ପାଳନ କରନ୍ତି ବୋଲି କହିଛନ୍ତି । ମୋତେ ଏ ସବୁ କରି ବହୁତ ଆନନ୍ଦ ମିଳେ ବୋଲି କହିଛନ୍ତି ରୁବି ।