ଓଡିଶା

odisha

ETV Bharat / bharat

ବିହାରରେ ଅନରକିଲିଂ: ଦୁଇ ଝିଅଙ୍କୁ ହତ୍ୟା କଲେ ବାପା-ମା - ବିହାର ହତ୍ୟାକାଣ୍ଡ

ବିହାରରେ ଅନରକିଲିଂ ସନ୍ଦେହ । ଦୁଇ ନାବାଳିକା ଝିଅଙ୍କୁ ହତ୍ୟା ପରେ ବାପା ଫେରାର । ମା ଗିରଫ । ପ୍ରେମ ବ୍ୟାପର ସନ୍ଦେହ । ଅଧିକ ପଢନ୍ତୁ

ବିହାରରେ ଅନରକିଲିଂ: ଦୁଇ ଝିଅଙ୍କୁ ହତ୍ୟା କଲେ ବାପା-ମା
ବିହାରରେ ଅନରକିଲିଂ: ଦୁଇ ଝିଅଙ୍କୁ ହତ୍ୟା କଲେ ବାପା-ମା

By

Published : Apr 15, 2023, 9:58 PM IST

ପାଟନା: ବିହାରର ବୈଶାଳୀରେ ଅନରକିଲିଂ ଅଭିଯୋଗ । ପ୍ରେମ ସମ୍ପର୍କ କାରଣରୁ ଦୁଇ ନାବାଳିକା ଭଉଣୀଙ୍କୁ ନିଜ ପିତା-ମାତା ହିଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଘରେ ପଡିଥିବା ଅବସ୍ଥାରେ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବା ବେଳେ ହତ୍ୟାରେ ସମ୍ପୃକ୍ତ ମା’କୁ ଗିରଫ କରି ପୋଲିସ ଥାନାକୁ ନେଇଛି ।

ସୂଚନା ଅନୁସାରେ, ଅଭିଯୁକ୍ତ (ମହିଳା) ଓ ତାର ସ୍ବାମୀ ମିଶି ଦୁଇ ନାବାଳିକା ଝିଅଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୁକ୍ତ ମହିଳାଜଣଙ୍କ ସ୍ବୀକାର ମଧ୍ୟ କରିଥିବା ସୂଚନା ମିଳିଛି । ପୋଲିସ ଦୁଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫେରାର ଅଭିଯୁକ୍ତ ପିତାକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ହତ୍ୟା ନେଇ ମା’ର ସ୍ବୀକାର:ପୋଲିସ ନିକଟରେ ମହିଳାଜଣଙ୍କ ସ୍ବୀକାର କରିଛି ଯେ, ସେ ନିଜେ ପତି ସହ ମିଶି ନିଜର ଦୁଇ ନାବାଳିକା ଝିଅଙ୍କୁ ଗଳା ଚିପି ହତ୍ୟା କରିଛି । ତେବେ ପ୍ରଥମେ ସେ ଏକାକୀ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିବା କହୁଥିବା ବେଳେ ପରେ ସେଥିରେ ତାର ସ୍ବାମୀ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ସେ ତାର ସ୍ବାମୀକୁ ବଞ୍ଚାଇବା ପାଇଁ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେବାକୁ ପ୍ରୟାସ କରୁଥିବା ପୋଲିସ କହିଛି । ତେବେ ଅଭିଯୁକ୍ତ ତାର ସ୍ବାମୀ ଫେରାର ହେବା ପଛରେ ମଧ୍ୟ ଏହି ମହିଳାଙ୍କର ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

ହତ୍ୟା ପରେ ଫେରାର ଅଭିଯୁକ୍ତ ପିତା:-ଘଟଣା ସମ୍ପର୍କରେ ସ୍ଥାନୀୟ ଏସଡିପିଓ ଓମ ପ୍ରକାଶ କହିଛନ୍ତି ଯେ ଦୁଇ ଭଉଣୀଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବାପା ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି, କିନ୍ତୁ ସେ ଘଟଣା ପରେ ଫେରାର ଅଛି । ପୂରା ଘଟଣା ସମ୍ମାନଜନକ ହତ୍ୟା । ମା’କୁ ଗିରଫ କରାଯାଇ ଜେରା କରାଯାଉଛି । ଏହି ମାମଲାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ତଥା ଫେରାର ହୋଇଯାଇଥିବା ପିତାକୁ ଗିରଫ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ । ହେଲେ ପଡୋଶୀଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଅନୁସାରେ ପ୍ରେମ ସମ୍ପର୍କ କାରଣରୁ ପରିବାରରେ ବିବାଦ ଲାଗି ରହିଥିଲା ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details