ପାଟନା:ଅବୈଧ ସମ୍ପର୍କରୁ ଜଣେ 75ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଏପରି ଘଟଣା ଘଟିଛି ବିହାର ନାଳନ୍ଦା ଅଞ୍ଚଳରେ (Murder due to illegal relationship) । ହତ୍ୟାର ଶିକାର ହୋଇଥିବା ବୃଦ୍ଧ ସ୍ଥାନୀୟ ଅଞ୍ଚଳର ତୃପିତ ଶର୍ମା ବୋଲି ଜଣାପଡିଛି । ତାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଶୌଚାଳୟ ଟାଙ୍କିରେ ମୃତଦେହକୁ ଫିଙ୍ଗି ହତ୍ୟାକାରୀ ଫେରାର ହୋଇଯାଇଥିଲେ । ଏହା ଏକ ପ୍ରେମ ବ୍ୟାପାର ସମ୍ପର୍କିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ସହ ଏଥିରେ 5 ଜଣଙ୍କ ସମ୍ପୃକ୍ତି ରହଥିଲା । ପୋଲିସ ସମସ୍ତ 5 ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।
ତେବେ ଘଟଣା ପଛରେ ଥିବା କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ଏକ ଅବୈଧ ପ୍ରେମ ସମ୍ପର୍କିତ ହତ୍ୟାକାଣ୍ଡ । ଜଣେ ବିଧବା ମହିଳାଙ୍କ ସହ 6ଜଣ ବ୍ୟକ୍ତିଙ୍କର ଅବୈଧ ସମ୍ପର୍କ ରହିଥିଲା । ସମସ୍ତ ପ୍ରେମିକ ମଧ୍ୟରେ ମଧ୍ୟବୟସ୍କ ଓ ବୃଦ୍ଧ ମଧ୍ୟ ଥିଲେ । ସେହିପରି ହତ୍ୟାର ଶିକାର ହୋଇଥିବା ବୃଦ୍ଧ ମଧ୍ୟ ଏହି ଅଜବ ତଥା ଅବୈଧ କାହାଣୀର ଏକ ଚରିତ୍ର ବୋଲି କୁହାଯାଉଛି । ସମ୍ପୃକ୍ତ ଯୁବତୀର ଇଙ୍ଗୀତରେ ଅନ୍ୟ 5 ପ୍ରେମିକ ମିଶି ବୃଦ୍ଧଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଘଟଣା ପରେ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ଅନ୍ୟ 5 ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ଜେରା ବେଳେ ଏହା ଅବୈଧ ପ୍ରେମ ସମ୍ପର୍କ କାରଣରୁ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି ।