ଓଡିଶା

odisha

ETV Bharat / bharat

ଶ୍ମଶାନ ଛାତ ଭୁଷୁଡିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ସହ 4 ଗିରଫ - ମୁରାଦନଗର ଛାତ ଭୁଷୁଡିବା ଘଟଣା

ମୁରାଦନଗର ଛାତ ଭୁଷୁଡିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଅଜୟ ତ୍ୟାଗୀ ଗିରଫ। ଏହା ପୂର୍ବରୁ ସୋମବାର ନିର୍ବାହୀଯନ୍ତ୍ରୀ ଓ ସୁପରଭାଇଜର ଗିରଫ ହୋଇଥିଲେ। ଅଧିକ ପଢନ୍ତୁ...

ଶ୍ମଶାନ ଛାତ ଭୁଷୁଡିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ସହ 4 ଗିରଫ
ଶ୍ମଶାନ ଛାତ ଭୁଷୁଡିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ସହ 4 ଗିରଫ

By

Published : Jan 5, 2021, 8:04 AM IST

ନୂଆଦିଲ୍ଲୀ: ମୁରାଦନଗର ଶ୍ମଶାନ ପରିସରର ଛାତ ଭୁଷୁଡିବା ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାର ଅଜୟ ତ୍ୟାଗୀ ଗିରଫ। ଅଭିଯୁକ୍ତ ମୁଣ୍ଡ ଉପରେ 25 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା। ଏହା ପୂର୍ବରୁ ସୋମବାର ନିର୍ବାହୀଯନ୍ତ୍ରୀ ଓ ସୁପରଭାଇଜର ଗିରଫ ହୋଇଥିଲେ। ବର୍ତ୍ତମାନ ତଦନ୍ତ ଆଗେଇ ଚାଲିଥିବା ବେଳେ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସୂଚନା ଅନୁସାରେ, ନୂଆଦିଲ୍ଲୀର ମୁରାଦନଗର ଥାନା ଅଞ୍ଚଳର ବମ୍ବା ରୋଡରେ ଥିବା ଶ୍ମଶାନ ପରିସରର ଗ୍ୟାଲେରୀର ଛାତ ରବିବାର ଭୁଶୁଡି ପଡିଥିଲା। ଏଥିରେ 25 ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା। ଏହାସହ ଘଟଣାସ୍ଥଳରୁ 38 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକଙ୍କ ଉପରେ ଏହି ଛାତ ଖସି ପଡିବା ଫଳରେ ଏତେ ବଡ ଅଘଟଣ ଘଟିଯାଇଥିଲା ।

ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି । ତେବେ ଅତ୍ୟଧିକ ବର୍ଷା କାରଣରୁ 2 ମାସ ପୂର୍ବେ ନିର୍ମାଣ ହୋଇଥିବା ଗ୍ୟାଲେରୀର ଛାତ ଭୁଶୁଡି ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details