ନୂଆଦିଲ୍ଲୀ:ସାମୟିକ ସ୍ଥଗିତ ରହିଲା ଦିଲ୍ଲୀ ନଗର ନିଗମ ବୈଠକ । ଏହି ବୈଠକ ଆଜି ବସିବାକୁ ଥିବାବେଳେ ମଙ୍ଗଳବାରକୁ ଧାର୍ଯ୍ୟ କରାଯାଇଛି । ମଙ୍ଗଳବାର ଦିନ ୧୧ଟାରେ ବସିବ ବୈଠକ । ସେପଟେ ଏହାକୁ ନେଇ ଆପ ସରକାରକୁ ଟାର୍ଗେଟ କରିଛି ବିଜେପି । ବିଜେପି କହିଛି ,"ଏଜେଣ୍ଡାକୁ ନେଇ ଭ୍ରମରେ ଅଛନ୍ତି ଦିଲ୍ଲୀ ସରକାର । ସେଥିପାଇଁ MCD ବୈଠକକୁ ସ୍ଥଗିତ କଲେ ।"
ଏନେଇ ବିଜେପି କାଉନସିଲର ସନ୍ଦୀପ କପୁର କହିଛନ୍ତି, "ଦିଲ୍ଲୀ ସରକାର ନିଜ ଏଜେଣ୍ଡାକୁ ନେଇ କନଫ୍ୟୁଜ ଅଛନ୍ତି । ସେମାନେ ନିଜେ ବି ଜାଣିପାରୁନାହାନ୍ତି ଯେ କେଉଁ ମୁଦ୍ଦା ନେଇ ଆଲୋଚନା କରିବେ । ଯେଉଁଥିପାଇଁ ଏହି ବୈଠକର ତାରିଖ ସେମାନଙ୍କୁ ଘୁଞ୍ଚାଇବାକୁ ପଡିଲା । ସେମାନଙ୍କର ସ୍ଥାୟୀ ସମିତି ଗଠନ ହୋଇନଥିବାବେଳେ ଅର୍ଥନୈତିକ ପ୍ରସ୍ତାବକୁ ଗୃହରେ ଆଣିବାକୁ ସେମାନେ ପ୍ରୟାସ କରୁଛନ୍ତି । ଯାହାକି ବେଆଇନ । ଆଇନକୁ ପାଳନ କରୁନି ଆମ ଆଦମି ପାର୍ଟି ସରକାର ।"
ସେପଟେ ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ କପୁର ମଧ୍ୟ ଏହି ବୈଠକ ଉପରେ ପ୍ରତିକ୍ରିୟା ରଖି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମେୟର ଶେଲି ଓବରାୟ ବିନା କୌଣସି ଏଜେଣ୍ଡା ରଖି ନିଗମର ଅସାମ୍ବିଧାନିକ ବୈଠକ ଡାକିଥିଲେ । ଯାହାକୁ ଘୋର ବିରୋଧ କରିଥିଲା ଭାଜପା । ଏହାପରେ ସେ ୫ ହଜାର କର୍ମୀଙ୍କୁ ନିୟମିତ କରିବା ଏବଂ ଡିବିସି କର୍ମଚାରୀଙ୍କର ପ୍ରମୋସନ କରିବା ଭଳି ପ୍ରସଙ୍ଗ ଉଠାଇଥିଲେ ।"