ହାଇଦ୍ରାବାଦ:ଗତ ୨୪ ତାରିଖରେ ତେଲେଙ୍ଗାନାର ପ୍ରଭାବଶାଳୀ ନେତା କେଟିଆର(KTR)ଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ବେଲ୍ଲାମପାଲ୍ଲୀ(Bellampally) ମ୍ୟୁନିସିପାଲ କମିଶନରଙ୍କ ପକ୍ଷରୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହେଲେ କେଟିଆରଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ପୌର ପାଳିକାର ୪ ଜଣ କର୍ମଚାରୀ ଯୋଗ ଦେଇନଥିଲେ । ଯାହାକୁ ନେଇ ସମ୍ପୃକ୍ତ କର୍ମଚାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମ୍ୟୁନିସିପାଲ କମିଶନର ଜି ଗଙ୍ଗାଧର । ଏହି ଘଟଣା ଜଣାପଡିବା ପରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବିରୋଧୀ ସମାଲୋଚନା କରିଥିଲେ । ତେବେ ନୋଟିସ ପଠାଇଥିବା କମିଶନରଙ୍କ ପାଇଁ ଏହା ଭାରି ପଡିଛି । ଏହି ଘଟଣାକୁ କେନ୍ଦ୍ର କରି ମନ୍ତ୍ରୀ କେଟିଆର ସମ୍ପୃକ୍ତ କମିଶନରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ।
ଜନ୍ମଦିନ କାର୍ଯ୍ୟକ୍ରମରେ ନଆସିବାରୁ କର୍ମଚାରୀଙ୍କୁ ନୋଟିସ୍ ପଠାଇ କମିଶନର ନିଲମ୍ବିତ - ମ୍ୟୁନିସିପାଲ କମିଶନରଙ୍କୁ ନିଲମ୍ବିତ କଲେ କେଟିଆର
ମନ୍ତ୍ରୀ କେଟିଆରଙ୍କ ଜନ୍ମଦିନରେ ଯୋଗ ନ ଦେବାରୁ ମ୍ୟୁନିସିପାଲ କର୍ମଚାରୀଙ୍କୁ କମିଶନରଙ୍କ କାରଣ ଦର୍ଶାଅ ନୋଟିସ୍ । ସମ୍ପୃକ୍ତ କମିଶନରଙ୍କୁ ନିଲମ୍ବିତ କଲେ କେଟିଆର । ଅଧିକ ପଢନ୍ତୁ
ଏନେଇ କେଟିଆର ଟ୍ବିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି, ''ମୁଁ କେବେ ବି ରାଜନୀତିକ ଏବଂ ପ୍ରଶାସନିକ ସାଇକୋ ପ୍ରଶଂସକଙ୍କୁ ପ୍ରୋତ୍ସାହିତ କରିବି ନାହିଁ । ମ୍ୟୁନିସିପାଲ କମିଶନରଙ୍କ ଆଚରଣ ପାଇଁ ନିଲମ୍ବନ ନିର୍ଦ୍ଦେଶ ଦେଇଛି ।'' ତେବେ ଯାହା ସୂଚନା ମିଳିଛି, ତେଲେଙ୍ଗାନାରେ ବର୍ଷା ବିତ୍ପାତ ଯୋଗୁଁ ମନ୍ତ୍ରୀ କେଟିଆର ତାଙ୍କ ଜନ୍ମଦିନ ପାଳନ ନ କରିବା ପାଇଁ ଦଳୀୟ କର୍ମୀଙ୍କୁ ଅପିଲ୍ କରିଥିଲେ । ଜନ୍ମଦିନ ପାର୍ଟି ବଦଳରେ ସେ ବର୍ଷା ପ୍ରଭାବିତ ଅସହାୟ ଲୋକଙ୍କୁ ସହାୟତା କରିବାକୁ ଅପିଲ୍ କରିଥିଲେ ।
କିନ୍ତୁ ବେଲ୍ଲାମପାଲ୍ଲୀ ମ୍ୟୁନିସିପାଲ କମିଶନର ଏକ ହସ୍ପିଟାଲରେ କେଟିଆରଙ୍କ ଜନ୍ମଦିନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହାସହିତ କାର୍ଯ୍ୟକ୍ରମରେ ଯୋଗ ନ ଦେଇଥିବା ଚାରି କର୍ମଚାରୀ ଟି ରାମେଶ୍ବରୀ, ପୁନ୍ନାନଚନ୍ଦର, ମୋହନ ଏବଂ ଶ୍ରବଣଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଥିଲେ । ଏହି ଘଟଣା ଜଣାପଡିବା ପରେ ବିରୋଧି ସୋସିଆଲ ମିଡିଆରେ କେଟିଆରଙ୍କୁ ସମାଲୋଚନା କରିଥିଲେ । ଏସବୁ ଜାଣିବା ପରେ କେଟିଆର ସମ୍ପୃକ୍ତ ମ୍ୟୁନିସିପାଲ କମିଶନରଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ।