ହାଇଦ୍ରାବାଦ: ଷ୍ଟାଣ୍ଡ-ଅପ୍ କମେଡିଆନ ତଥା ରିଆଲିଟି ଶୋ' Lock Upp ବିଜେତା ମୁନାୱାର ଫାରୁକି(Munawar Farooqu)ଙ୍କ ଶୋ'କୁ ନେଇ ହାଇଦ୍ରାବାଦରେ ବିବାଦ ମୁଣ୍ଡ ଟେକିଛି । ଆଜି(ଶନିବାର) ସନ୍ଧ୍ୟା ସାଢେ ୬ଟା ସମୟରେ ହାଇଦ୍ରାବାଦ ସହରରେ ମୁନାୱାରଙ୍କ 'ଡୋଙ୍ଗ୍ରି' ନାମକ ଶୋ' ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପି ଏବଂ ବିଜେପି ଯୁବମୋର୍ଚ୍ଚା(BJYM) ଏହାକୁ ତୀବ୍ର ବିରୋଧ କରିଛି । ବିଜେପି ନେତାମାନେ ଆୟୋଜକଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ଶୋ' ଅନୁଷ୍ଠିତ କରନ୍ତି ତେବେ ଏହାକୁ ବନ୍ଦ କରିବାକୁ ସେ ନିଶ୍ଚୟ ସବୁପ୍ରକାର ଚେଷ୍ଟା କରିବେ । ଏପରିକି କାର୍ଯ୍ୟକ୍ରମ ସ୍ଥଳରେ ନିଆଁ ଲଗାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଏହି ଘଟଣାରେ ପୋଲିସ ବିଜେପି ବିଧାୟକ ଟି ରାଜା ସିଂହକୁ ହେପାଜତକୁ ନେଇଛି ।
ମୁନାୱାର ଫାରୁକିଙ୍କ showକୁ ହାଇଦ୍ରାବାଦରେ ବିରୋଧ, ଧମକ ଦେଲେ BJP ନେତା
ହାଇଦ୍ରାବାଦରେ ଲକ୍ ଅପ୍ ବିଜେତା ମୁନାୱାର ଫାରୁକିଙ୍କ showକୁ ନେଇ ବିବାଦ । showକୁ ବନ୍ଦ କରିବା ପାଇଁ ଧମକ ଦେଲେ ବିଜେପି ନେତା । ଅଧିକ ପଢନ୍ତୁ
ଗତ ସପ୍ତାହରେ ବିଧାୟକ ଧମକ ଦେଇଥିଲେ ଯେ, ''ଯଦି ତେଲେଙ୍ଗାନା ସରକାର ହାଇଦ୍ରାବାଦରେ ମୁନାୱାର ଫାରୁକିଙ୍କ ଶୋ'କୁ ଅନୁମତି ଦିଅନ୍ତି ତେବେ ସେ ତାଙ୍କ ଉପରେ ଆକ୍ରମଣ କରିବେ ଏବଂ ଏହି ଶୋ' ସ୍ଥଳକୁ ନିଆଁ ଲଗାଇଦେବେ ।'' ମୁନାୱାର ପୂର୍ବରୁ ହିନ୍ଦୁ ଦେବାଦେବୀଙ୍କୁ ପରିହାସ କରି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିଲେ । ତେଣୁ ହାଇଦ୍ରାବାଦରେ ତାଙ୍କର ଶୋ' ନହେଉ ବୋଲି ବିଜେପି କହିଛି । ତେଲେଙ୍ଗାନା ପୋଲିସ ମଧ୍ୟ ଏହି ଷ୍ଟାଣ୍ଡ-ଅପ୍ କମେଡିଆନଙ୍କ ଶୋ'କୁ ଅନୁମତି ଦେଇନଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ସହରର ଶିଳ୍ପାରମମ୍ ଠାରେ ମୁନାୱାରଙ୍କ ଡୋଙ୍ଗ୍ରି(Dongri) ଶୋ' ରହିଥିଲା । ଆୟୋଜକମାନେ ସୋସିଆଲ ମିଡିଆରେ ଏହାର ଖୁବ୍ ପ୍ରଚାର ପ୍ରସାର କରିଥିଲେ । ଏହି ଶୋ' ପାଇଁ ସମସ୍ତ ଟିକେଟ୍ ମଧ୍ୟ ବିକ୍ରି ସରିଥିବା ଜଣାପଡିଛି । କିନ୍ତୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହି ଶୋ' କରିବା ଉଚିତ୍ କି ନୁହେଁ ସେନେଇ ଆୟୋଜକମାନେ ଚିନ୍ତାରେ ପଡିଛନ୍ତି ।