ଓଡିଶା

odisha

ETV Bharat / bharat

ଜାମିନ ସର୍ତ୍ତାବଳୀ ଉଲଙ୍ଘନ ଅଭିଯୋଗରେ ରାଣା ଦମ୍ପତିଙ୍କୁ କୋର୍ଟଙ୍କ ନୋଟିସ - ମହାରାଷ୍ଚ୍ର ସାଂସଦ ନବନୀତ ରାଣାଙ୍କୁ କୋର୍ଟଙ୍କ ନୋଟିସ

ରାଣା ଦମ୍ପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ମୁମ୍ବାଇ ସେସନ କୋର୍ଟ । ଜାମିନ ସର୍ତ୍ତାବଳୀର ଉଲଙ୍ଘନ ପାଇଁ କାହିଁକି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯିବ ନାହିଁ ବୋଲି କାରଣ ଦର୍ଶାଇବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଜାମିନ ସର୍ତ୍ତାବଳୀ ଉଲଙ୍ଘନ ଅଭିଯୋଗରେ ରାଣା ଦମ୍ପତିଙ୍କୁ କୋର୍ଟଙ୍କ ନୋଟିସ
ଜାମିନ ସର୍ତ୍ତାବଳୀ ଉଲଙ୍ଘନ ଅଭିଯୋଗରେ ରାଣା ଦମ୍ପତିଙ୍କୁ କୋର୍ଟଙ୍କ ନୋଟିସ

By

Published : May 9, 2022, 4:29 PM IST

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରୁ ଫେରିବା ପରେ ପୁଣି ଥରେ କୋର୍ଟଙ୍କ ନୋଟିସର ସାମ୍ନା କରିଛନ୍ତି ଅମରାବତୀ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା । ମୁମ୍ବାଇ ସେସନ୍ସ କୋର୍ଟ ଆଜି (ସୋମବାର) ସେମାନଙ୍କୁ ଜାମିନ ପ୍ରଦାନ ସମୟରେ ପ୍ରଦତ୍ତ ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ବିରୋଧରେ କାହିଁକି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯିବ ନାହିଁ ବୋଲି ଦର୍ଶାଇବା ପାଇଁ ନୋଟିସରେ ଉଲ୍ଲେଖ କରିଛନ୍ତି ।

ଗତକାଲି ସାଂସଦ ନବନୀତ ରାଣା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଉଦ୍ଧବ ଠାକରେଙ୍କୁ ନିର୍ବାଚନ ଲଢିବା ଚ୍ୟାଲେଞ୍ଜ କରିବା ପରେ କୋର୍ଟଙ୍କ ସର୍ତ୍ତାବଳୀ ଖିଲାପ ନେଇ ଅଭିଯୋଗ ଉଠିଥିଲା । ବେଲ ପ୍ରଦାନ ବେଳେ ଏସମ୍ପର୍କିତ ମନ୍ତବ୍ୟ କୌଣସି ଗଣମାଧ୍ୟମରେ ନରଖିବା ପାଇଁ କୋର୍ଟ ସର୍ତ୍ତ ରଖିଥିଲେ ।

ଏପରି ଘଟଣା ପରେ ଉଭୟଙ୍କ ଜାମିନ ଖାରଜ କରିବା ପାଇଁ ମୁମ୍ବାଇ ପୋଲିସ ସେସନ କୋର୍ଟରେ ଏକ ଆବେଦନ କରି ଅଦାଲତ ଅବମାନନା ପାଇଁ ଦମ୍ପତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯିବା ଉଚିତ ବୋଲି ପୋଲିସ ଆବେଦନ କରିଥିଲା । ତେବେ କୋର୍ଟ ଦମ୍ପତିଙ୍କୁ ନୋଟିସ ଜାରି କରିବା ସହ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details