ମୁମ୍ବାଇ:ବାତ୍ୟା ତାଉତେ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ବାର୍ଜ P305ର କ୍ରୁ ସଦସ୍ୟଙ୍କ ମୃତଦେହ ଚିହ୍ନଟ ପାଇଁ ମୁମ୍ବାଇ ପୋଲିସ କରିବ DNA ପରୀକ୍ଷା । ଏନେଇ ମୁମ୍ବାଇ ପୋଲିସର ଟିମ୍ କ୍ରୁ ସଦସ୍ୟଙ୍କ ଘରକୁ ଯାଇ ସେମାନଙ୍କ ମାତା ପିତା ଓ ପିଲା ମାନଙ୍କର DNA ନମୂନା ଆଣିବ, ଯାହାଦ୍ବାରା ସମୁଦ୍ରରୁ ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକ ଚିହ୍ନଟ ହୋଇ ପାରିବ ବୋଲି ମୁମ୍ବାଇ ପୋଲିସ କହିଛି ।
ଭାରତୀୟ ତଟ ରକ୍ଷୀ ବାହିନୀ ଓ ନୌସେନା ଦ୍ବାରା ସମୁଦ୍ରରୁ 71ଟି ମୃତଦେହ ଉଦ୍ଧାର କରାଯାଇ ସେଗୁଡ଼ିକୁ ଜେ.ଜେ ହସ୍ପିଟାଲ ମର୍ଚ୍ୟୁରୀରେ ରଖାଯାଇଥିଲା । 71 ଟି ମୃତଦେହ ମଧ୍ୟରୁ 68 ଟି ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ବାକିଥିବା ମୃତଦେହର ପରିଚୟ ଖୋଜୁଛି ପୋଲିସ । ତେବେ ବର୍ତ୍ତମାନ ମଧ୍ୟ 8 ଜଣ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ରହିଛି ।
ଖୁବ୍ ଶୀଘ୍ର ଟିମ ଗୁଡ଼ିକ ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଯାଇ କ୍ରୁ ସଦସ୍ୟଙ୍କ ପରିବାର ଲୋକଙ୍କ ନମୂନା ସଂଗ୍ରହ କରିବେ ଓ ଚିହ୍ନଟ ପ୍ରକ୍ରିୟା ଶେଷ କରିବେ ।