ଓଡିଶା

odisha

ETV Bharat / bharat

ମୁମ୍ବାଇ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମାମଲା ରୁଜୁ କଲା ପୋଲିସ - Mumbai Police

ମୁମ୍ବାଇର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି 11 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Mumbai Police registers FIR in fire incident at Sunrise Hospital in Bhandup West which claimed 11 lives
ଘରୋଇ ହସପିଟାଲ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

By

Published : Mar 27, 2021, 10:39 AM IST

ମୁମ୍ବାଇ: ଘରୋଇ ହସପିଟାଲ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ । ଶୁକ୍ରବାର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି 11 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ଘରୋଇ ହସପିଟାଲ ବିରୋଧରେ ମାମଲା ରୁଜୁ କରିଛି ।

ଗତକାଲି ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ଭାନୁପ ଅଞ୍ଚଳରେ ଥିବା ଏକ ଘରୋଇ କୋଭିଡ ହସ୍ପିଟାଲରେ ଶୁକ୍ରବାର ବଡି ଭୋରରୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଘଟଣରେ 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ପ୍ରାୟ 76 ଜଣ କୋଭିଡ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ସୂଚନା ଅନୁସାରେ ଏକ ସପିଂ ମଲରେ ତୃତୀୟ ମହଲାରେ ଏହି ଘରୋଇ ହସ୍ପିଟାଲ ରହିଛି । ତେବେ ଏଠାରେ କିଭଳି ନିଆଁ ଲାଗିଲା ସେ ସମ୍ପର୍କରେ ପ୍ରକୃତ କାରଣ ଜଣାପଡିନାହିଁ । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ପ୍ରାୟ 22ଟି ଦମକଳ ଗାଡି ପହଞ୍ଚିଥିଲା ।

ଏହି ଅଘଟଣ ଘଟିବା ସମୟରେ ହସ୍ପିଟାଲରେ ପ୍ରାୟ 76 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ତଦନ୍ତ ଜାରି ରହିଛି । ତେବେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମେୟର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details